ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା: ବଢ଼ିଲା ସରପଞ୍ଚ ଦେବାଶିଷ ପଣ୍ଡାଙ୍କ ଅନ୍ତରୀଣ ସୁରକ୍ଷା
ଓଏଲ୍ ବ୍ୟୁରୋ: ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ନିଜେ ବିଧାୟକ ସାହୁ। ଡିଡିଏମ୍ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ପିଏସ୍ଓଙ୍କ ଏତଲା ଆଧାରରେ ୧୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି।
ଅନ୍ୟପଟେ, ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ପରେ ସରପଞ୍ଚ ଦେବାଶିଷ ପଣ୍ଡାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ। ଯାଜପୁର ସଦର ଥାନାରେ ଦେବାଶିଷଙ୍କ ନାଁରେ ଏତଲା ଥିବାରୁ ଆଗୁଆ ଜାମିନ୍ ଆବେଦନ କରିଥିଲେ। ବବି ଦାସଙ୍କ ସହଯୋଗୀ ଭାବେ ଜଣାଶୁଣା ଦେବାଶିଷ ପଣ୍ଡା। ବିଧାୟକଙ୍କୁ ଆକ୍ରମଣ ନେଇ ପିଏସ୍ଓ ସଦର ଥାନାରେ ଦେବାଶିଷ ପଣ୍ଡାଙ୍କ ନାଁରେ ଏତଲା ଦେଇଥିଲେ। ପରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଦେବାଶିଷ ପଣ୍ଡା।