Odisha Link
Bridging the Missing Links in Odisha

ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ 

ଓଏଲ୍ ବ୍ୟୁରୋ : ଜିଏସ୍‌ଟି ସଂଗ୍ରହରେ ପୁଣି ଏକ ରେକର୍ଡ। ନଭେମ୍ବରରେ ମୋଟ୍‌ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୮.୫% ବୃଦ୍ଧି ହୋଇ ୧.୮୨ ଲକ୍ଷ କୋଟି ଟଙ୍କା ଛୁଇଁଛି । ଗତ ବର୍ଷ ସମାନ ସମୟରେ ଏହା ୧.୬୮ ଲକ୍ଷ କୋଟି ଟଙ୍କା ରହିଛି । କେନ୍ଦ୍ର ସରକାର ରବିବାର ଜାରି କରିଥିବା ଡାଟାରୁ ଏହା ସାମ୍ନାକୁ ଆସିଛି । ଏହି ସମୟରେ ଓଡ଼ିଶାରେ ଜିଏସ୍‌ଟି ଆଦାୟ ୪୭୦୪ କୋଟି ପରୋକ୍ଷ ସଂଗ୍ରହ ହୋଇଛି । ଏହା ଗତ ବର୍ଷ ସମାନ ଅବଧିରେ ୪୨୯୫ କୋଟି ତୁଳନାରେ ୧୦% ଅଧିକ ।

ରାଜ୍ୟ ଜିଏସ୍‌ଟି ଏବଂ ସମନ୍ୱିତ ଜିଏସ୍‌ଟିରେ ରାଜ୍ୟକୁ ସେଟଲମେଣ୍ଟ ପରେ ଚଳିତ ଆର୍ôଥକ ବର୍ଷ ଅଦ୍ୟାବଧି ୧୭,୨୫୩ କୋଟି ରହିଛି। ଏ କ୍ଷେତ୍ରରେ ଅଭିବୃଦ୍ଧି ରହିଛି ୧୧% । ନଭେମ୍ବରରେ ମୋଟ ଜିଏସ୍‌ଟି ମଧ୍ୟରେ ୩୪,୧୪୧ କୋଟିର କେନ୍ଦ୍ର ଜିଏସ୍‌ଟି, ୪୩,୦୪୭ କୋଟିର ରାଜ୍ୟ ଜିଏସ୍‌ଟି, ୯୧,୮୨୮ କୋଟିର ସମନ୍ୱିତ ଜିଏସ୍‌ଟି ଏବଂ ୧୩,୨୫୩ କୋଟିର ସେସ୍‌ ସାମିଲ ରହିଛି। ଏହି ଅବଧିରେ ଘରୋଇ ନେଣଦେଣରୁ ଜିଏସ୍‌ଟି ୯.୪% ବୃଦ୍ଧି ହୋଇ ୧.୪୦ ଲକ୍ଷ କୋଟି ଟଙ୍କା ରହିଛି ।

ସେହିଭଳି ସାମଗ୍ରୀ ଆମଦାନିରୁ ଟିକସ ୬% ବୃଦ୍ଧି ହୋଇ ୪୨,୫୯୧ କୋଟି ରହିଛି । ସରକାର ୧୯,୨୫୯ କୋଟି ଟଙ୍କାର ରିଫଣ୍ଡ ଜାରି କରିଛନ୍ତି । ରିଫଣ୍ଡ ଜାରି ପରେ ନେଟ ଜିଏସ୍‌ଟି ସଂଗ୍ରହ ୧୧% ବଢ଼ି ୧.୬୩ ଲକ୍ଷ କୋଟି ରହିଛି ।

ଅକ୍ଟୋବରରେ ମୋଟ ଜିଏସ୍‌ଟି ଆଦାୟ ୯% ବୃଦ୍ଧି ହୋଇ ୧.୮୭ ଲକ୍ଷ କୋଟି ଟଙ୍କା ରହିଥିଲା । ଯାହା ଦ୍ୱିତୀୟ ସର୍ବାଧିକ । ଘରୋଇ ବଜାରରେ ବିକ୍ରି ଓ ଅନୁପାଳନରେ ଉନ୍ନତି ଯୋଗୁ ଟିକସ ଆଦାୟରେ ଏଭଳି ଉନ୍ନତି ଆସିଥିଲା । ଅକ୍ଟୋବରେ ୩୩,୮୨୧ କୋଟିର କେନ୍ଦ୍ର ଜିଏସ୍‌ଟି, ୪୧,୮୬୪ କୋଟିର ରାଜ୍ୟ ଜିଏସ୍‌ଟି, ୯୯,୧୧୧ କୋଟିର ସମନ୍ୱିତ ଜିଏସ୍‌ଟି ଏବଂ ୧୨,୫୫୦ କୋଟିର ସେସ୍‌ ଆଦାୟ ହୋଇଥିଲା।

Leave A Reply

Your email address will not be published.