ମହିଳାଙ୍କ ସୁରକ୍ଷା ଚିନ୍ତା: ୧୭ ମାସରେ ୭୬୯ ନାବାଳିକା ଦୁଷ୍କର୍ମର ଶିକାର
ଓଏଲ୍ ବ୍ୟୁରୋ: ଦିନକୁ ଦିନକୁ ବଢ଼ି ଚାଲିଛି ଦୁଷ୍କର୍ମ ଜନିତ ମାମଲା। ଅସୁରିକ୍ଷିତ ହେବାରେ ଲାଗିଛି ନାରୀ। ଗୃହରେ ବିଭିନ୍ନ ଅପରାଧର ତଥ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଜୁନରୁ ନଭେମ୍ବର ଭିତରେ ଧର୍ଷଣ ଶିକାର ହୋଇଛନ୍ତି ୫୦୯, ଧର୍ଷଣ ଉଦ୍ୟମରେ ୪୧ ମାମଲା, ନାବାଳିକା ଦୁଷ୍କର୍ମ ୭୬୯, ହତ୍ୟା ୪୫୯, ମହିଳା ହତ୍ୟା ୧୬୧, ମହିଳା ନିର୍ଯାତନା ୯୨୪୮ ଯୌତୁକ ଜନିତ ନିର୍ଯାତନା ନେଇ ୫୩୯୮ ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି।
ଭାରତରେ ଯୌତୁକ ନେବା ଏବଂ ଦେବା ବେଆଇନ, ତଥାପି ଏହି ପ୍ରଥା ଅଧିକାଂଶ ସ୍ଥାନରେ ଜାରି ରହିଛି। ଯୌତୁକ ଜନିତ ନିର୍ଯାତନା ମାମଲାକୁ ନେଇ ଗୃହରେ ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ। ଯୌତୁକ ହତ୍ୟାରେ ୨୪, ଯୌତୁକ ଜନିତ ନିର୍ଯାତନା ନେଇ ୫୩୯୮ ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।