Odisha Link
Bridging the Missing Links in Odisha

୪ରେ ନୌସେନା ଦିବସ, ସମରାଭ୍ୟାସରେ କମ୍ପିଲା ପୁରୀ ବେଳାଭୂମି

ଓଏଲ୍‌ ବ୍ୟୁରୋ: ୪ରେ ପୁରୀ ସମୁଦ୍ର ତଟରେ ପାଳନ ହେବ ନୌ ସେନା ଦିବସ। ଏଥିପାଇଁ ସବୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୪ ତାରିଖ ଫାଇନାଲ ଶୋ’ ପୂର୍ବରୁ ନୌ ସେନାର ଯବାନମାନେ ଯୁଦ୍ଧ କୌଶଳ ପ୍ରଦର୍ଶନ କରୁଛନ୍ତି। ବ୍ଲୁ-ଫ୍ଲାଗ ବିଚ୍‌ ଏବଂ ତତ୍‌ସଂଲଗ୍ନ ସମୁଦ୍ରରେ ସେମାନେ ସମରାଭ୍ୟାସ କରୁଛନ୍ତି। ଭାରତୀୟ ନୌସେନା ଆଜି ପୁରୀ ବେଳାଭୂମିରେ ଦେଖାଇଛି ବିରତ୍ୱ, ପରାକ୍ରମର ଉତ୍କୃଷ୍ଟ ଯୁଦ୍ଧ କୌଶଳ। ୧୫ରୁ ଅଧିକ ଯୁଦ୍ଧ ଜାହାଜ ସହ ୪୦ରୁ ଅଧିକ ଯୁଦ୍ଧ ବିମାନ, ହେଲିକପ୍ଟର ଏଥିରେ ସାମିଲ ହୋଇଥିଲେ।

ନୌସେନା ଦିବସ ପାଳନ ପୂର୍ବରୁ ଆଜି ଶେଷ ଅଭ୍ୟାସ ଦିବସରେ ଭାଇସ ଆଡ଼ମିରାଲ ରାଜେସ ପେଣ୍ଡାରକାର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ନୌସେନା ପକ୍ଷରୁ ଭିନ୍ନ ଭିନ୍ନ ୨୦ପ୍ରକାରର ଯୁଦ୍ଧ କୌଶଳ ପ୍ରଦର୍ଶନ ହୋଇଥିବା ବେଳେ ଲେଜର ଶୋ ଥିଲା ଚିତାକର୍ଷକ। ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଭି ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପୂର୍ବରୁ ଆଜି ଶେଷ ଅଭ୍ୟାସ ଦିବସରେ ଭାଇସ ଆଡ଼ମିରାଲ ରାଜେସ ପେଣ୍ଡାରକାର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।

ରବିବାର ମଧ୍ୟ ନୌ ବୀରଙ୍କ ଏଭଳି ଶୌର୍ଯ୍ୟ ଏବଂ ପରାକାଷ୍ଠା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଯବାନମାନେ ଅଭ୍ୟାସ ଚଳାଇଥିବା ବେଳେ ବ୍ଲୁ-ଫ୍ଲାଗ ବିଚ୍‌କୁ ପ୍ରବେଶ ଉପରେ କଟକଣା ନ ଥିଲା। ମାତ୍ର ରବିବାର ପ୍ରବେଶରେ କଟକଣା ଲଗାଯାଇଥିଲା। ଅର୍ଥାତ୍‌ ଯେଉଁମାନଙ୍କୁ ପାସ୍‌ ମିଳିଥିଲା ସେମାନେ ବ୍ଲୁ-ଫ୍ଲାଗ ବିଚ୍‌କୁ ପ୍ରବେଶ କରି ଯୁଦ୍ଧ କୌଶଳ ଦେଖିଥିଲେ।

Leave A Reply

Your email address will not be published.