ରାଜ୍ୟରେ କମୁନି ଯୌତୁକ ଜନିତ ନିର୍ଯାତନା, ଗୃହରେ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଭାରତରେ ଯୌତୁକ ନେବା ଏବଂ ଦେବା ବେଆଇନ, ତଥାପି ଏହି ପ୍ରଥା ଅଧିକାଂଶ ସ୍ଥାନରେ ଜାରି ରହିଛି। ଯୌତୁକ ଜନିତ ନିର୍ଯାତନା ମାମଲାକୁ ନେଇ ଗୃହରେ ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ। ଯୌତୁକ ହତ୍ୟାରେ ୨୪, ଯୌତୁକ ଜନିତ ନିର୍ଯାତନା ନେଇ ୫୩୯୮ ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।
ଗୃହରେ ବିଭିନ୍ନ ଅପରାଧର ତଥ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଜୁନରୁ ନଭେମ୍ବର ଭିତରେ ଧର୍ଷଣ ଶିକାର ହୋଇଛନ୍ତି ୫୦୯, ଧର୍ଷଣ ଉଦ୍ୟମରେ ୪୧ ମାମଲା, ନାବାଳିକା ଦୁଷ୍କର୍ମ ୭୬୯, ହତ୍ୟା ୪୫୯, ମହିଳା ହତ୍ୟା ୧୬୧, ମହିଳା ନିର୍ଯାତନା ୯୨୪୮, ଯୌତୁକ ଜନିତ ନିର୍ଯାତନା ନେଇ ୫୩୯୮ ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି।