Odisha Link
Bridging the Missing Links in Odisha

୫ ବର୍ଷରେ ଆଖିବୁଜିଲେ ୩୭ ବାଘ, ବିଧାନସଭାରେ ମନ୍ତ୍ରୀ ଦେଲେ ଉତ୍ତର

ଓଏଲ୍‌ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନର ପଞ୍ଚମ କାର୍ଯ୍ୟ ଦିବସରେ ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ବାଘ ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ରାଜ୍ୟରେ ୨୦୧୯-୨୦ରୁ ୨୦୨୪-୨୫ ମଧ୍ୟରେ ରାଜ୍ୟରେ ୩୪ କଲରା ପତରିଆ ବାଘ ଏବଂ ୩ ମହାବଳ ବାଘଙ୍କ ମୃତ୍ୟୁ ଘଟିଛି। ବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ବିଧାନସଭାରେ ଉପରୋକ୍ତ ଉତ୍ତର ରଖିଛନ୍ତି।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ୩୪ଟି କଲରାପତରିଆ ମଧ୍ୟରୁ ୧୭ଟି ଶିକାର ଦ୍ୱାରା ମୃତ୍ୟୁ ବରଣ କରିଛନ୍ତି। ବିଦ୍ୟୁତ୍ ଆଘାତ ଦ୍ଵାରା ୩ଟି, ରେଳ ଦୁର୍ଘଟଣା ଦ୍ଵାରା ୧ ବାଘ ମରିଥିବା ବେଳେ ରାସ୍ତା ଦୁର୍ଘଟଣା ଦ୍ୱାରା ୩, ରୋଗ ଦ୍ୱାରା ୩, ପ୍ରାକୃତିକ ଭାବେ ୪ ଗୋଟି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଛି। ୩ଟି କଲରାପତରିଆ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି।

ସେହିପରି ୩ଟି ମହାବଳ ବାଘ ମଧ୍ୟରୁ ଶିକାର ଦ୍ୱାରା ୧, ନିଜ ଭିତରେ କଳହ ପାଇଁ ୧ ଏବଂ ୧ ଗୋଟି ବାଘର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତଥ୍ୟ ଅନୁସାରେ, ବର୍ତମାନ ଓଡ଼ିଶାରେ ମହାବଳ ବାଘ ୩୦ ଗୋଟି ଓ ୬୯୬ ଗୋଟି କଲରାପତରିଆ ବାଘ ଅଛନ୍ତି।

Leave A Reply

Your email address will not be published.