Odisha Link
Bridging the Missing Links in Odisha

କାଲି ପୁରୀରେ ପାଳନ ହେବ ନୌସେନା ଦିବସ, ଆଡଭାଇଜରି ଜାରି କଲେ ପୁରୀ ଏସ୍‌ପି

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପୁରୀରେ ପାଳନ ହେବ ନୌସେନା ଦିବସ। କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀ ଏସ୍‌ପି ଆଡଭାଇଜରି ଜାରି କରିଛନ୍ତି।

https://x.com/SPPuri1/status/1863858932537790704

ଆସନ୍ତାକାଲି ଭାରତୀୟ ନୌସେନା ଦିବସ ପୁରୀ ବ୍ଲୁ ଫ୍ଲାଗ ବୀଚରେ ଅନୁଷ୍ଠିତ ହେବ। ନୌସେନା ଦିବସ ଓଡ଼ିଶାରେ ପ୍ରଥମ କରି ଆୟୋଜନ କରାଯାଉଥିବାବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ ଭାରତର ମହାମହିମ ରାଷ୍ଟ୍ରପତି ଦୌପଦି ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।

ମହାପ୍ରଭୁଙ୍କ ଦର୍ଶନ ଓ ନୌସେନା ଦିବସକୁ ଉପଭୋଗ କରିବା ପାଇଁ ଯେଉଁ ଯାତ୍ରୀ ମାନେ ଆସିବାକୁ ଚାହିଁବେ ସେମାନଙ୍କ ପାଇଁ ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ସୁଗମ କରାଯାଇଛି। ଭୁବନେଶ୍ୱର ପଟୁ ଯେଉଁମାନେ ଚାରି ଚକିଆ ଯାନ ନେଇ ଆସିବେ ସେମାନେ ମାଳତୀପାଟପୁର ଦେଇ ROB, ଗ୍ରୀଡ଼ ଷ୍ଟେସନ ଦେଇ ତାଳବଣିଆ ଠାରେ ପାର୍କିଙ୍ଗ କରିବେ।

ଦୁଇ ଚକିଆ ଯାନ ପାଇଁ ମାଳତୀପାଟପୁର, ବାଟ ଗାଁ, ମଙ୍ଗଳାହାଟ ବାଏ ପାସ ଦେଇ ଷ୍ଟର୍ଲିଂ ଠାରେ ପାର୍କିଙ୍ଗ ବ୍ୟବସ୍ତା କରାଯାଇଛି। ଯେଉଁ ଶ୍ରଦ୍ଧାଳୁ କିମ୍ବା ଯାତ୍ରି ମାନେ କୋଣାର୍କ ଦେଇ ଆସିବେ ସେମାନେ ତାଳବଣିଆ ଠାରେ ପାର୍କିଙ୍ଗ କରିବେ, ବ୍ରହ୍ମଗିରି ପଟୁ ଯେଉଁମାନେ ଆସିବେ ସେମାନେ ଷ୍ଟର୍ଲିଂ ଠାରେ ପାର୍କିଙ୍ଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଅରେଞ୍ଜ ପାସ ହୋଲଡ଼ର ପାଇଁ ଜେଲ ରୋଡ, ଶରଧାବାଲି ଠାରେ ପାର୍କିଙ୍ଗ କରିପାରିବେ, ବ୍ଲୁ ହୋଲଡ଼ର ପାସ ପାଇଁ ହୋଟେଲ ନୀଳାଚଳ ଅଶୋକ, ବ୍ଲେସଡ଼ ସାକ୍ରାମେଣ୍ଟ ସ୍କୁଲ ଓ ଏସସିଏସ କଲେଜ ଠାରେ ପାର୍କିଙ୍ଗ କରିପାରିବେ ବୋଲି ପୁରୀ ଏସ୍ପି ଭିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି।

Leave A Reply

Your email address will not be published.