Odisha Link
Bridging the Missing Links in Odisha

ବାୟୁ ପ୍ରଦୂଷଣ ପ୍ରସଙ୍ଗ: ରାଜ୍ୟସଭାରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ

ଓଏଲ୍‌ ବ୍ୟୁରୋ: ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଦେଶର ୧୯ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଅତି ସାଂଘାତିକ ସ୍ତରରେ ପହଞ୍ଚିଛି। ଯେଉଁଥିରେ ଓଡ଼ିଶାର ୩ଟି ସହର ଅନୁଗୁଳ, ବାଲେଶ୍ବର ଓ କଟକ ରହିଛି। ଭୁବନେଶ୍ବର ସମେତ କେନ୍ଦୁଝର, ତାଳଚେର, ବାରିପଦା, ରାଇରଙ୍ଗପୁରର ବାୟୁ ସାଂଘାତିକ ସ୍ତରରେ ପହଞ୍ଚିଲାଣି।

ଗୋଟିଏ ମାସ ବ୍ୟବଧାନରେ ଏହି ସହରଗୁଡ଼ିକର ବାୟୁ ପୁଣିଥରେ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ଶରୀର ଭିତରକୁ ନେଉଛନ୍ତି।

ଯାହାଦ୍ବାରା ହୃଦ୍‌ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍‌ଫୁସ୍‌ କର୍କଟ, ଯକ୍ଷ୍ମା, ଆଜ୍‌ମା ପରି ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଯାହାକୁ ନେଇ ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଲେ ବିଜେଡି ସାସଂଦ ମାନସ ମଙ୍ଗରାଜ। ବାୟୁପ୍ରଦୂଷଣ ଓ ଏହାର ପ୍ରଭାବ ସମ୍ପର୍କ ଉଲ୍ଲେଖ କରି ମାନସ ମଙ୍ଗରାଜ ରାଜ୍ୟସଭାରେ ଉଦବେଗ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.