ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ମଞ୍ଜୁର
ଓଏଲ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍ରେ ଓଡ଼ିଶା। ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏଥିସହିତ ଓଡ଼ିଶାର ସାଂସଦଙ୍କ ସହିତ ମିଶି ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଶ୍ବିନୀ ବୈଷ୍ଣବ।
ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩.୦ରେ ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନ ଦେଇଛନ୍ତି। ଓଡ଼ିଶାର ଅର୍ଥନୈତିକ ହିତକୁ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁରୀ ମିଳିଥିବା ବେଳେ ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ତିନିଟି ରେଳ ମଣ୍ଡଳ ରହିବ ବୋଲି କହିଛନ୍ତି ଶ୍ରୀ ବୈଷ୍ଣବ।
ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର ୫୯ ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଅଛି। ମୋଦୀ ୩.୦ ସମୟରେ ୧୯,୨୮୯ କୋଟି ବ୍ୟୟ ଅଟକଳରେ ୮ଟି ନୂତନ ରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରାଯାଇଛି। ସେଗୁଡ଼ିକ ଉପରେ ନଜର ପକାନ୍ତୁ।
୧. ଗୁଣୁପୁର-ଥେରୁବାଲି ନୂତନ ରେଳ ଲାଇନ
୨. ଜୁନାଗଡ଼ ରୋଡ଼-ନବରଙ୍ଗପୁର ନୂତନ ରେଳ ଲାଇନ
୩. ମାଲକାନଗିରି-ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳ ଲାଇନ
୪. ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳ ଲାଇନ
୫. ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂତନ ରେଳ ଲାଇନ
୬. ବୁଡ଼ାମରା-ଚାକୁଳିଆ ନୂତନ ରେଳ ଲାଇନ
୭. ସରଡ଼େଗା-ଭାଲୁମୁଡା ନୂତନ ଦୋହରୀକରଣ ରେଳ ଲାଇନ
୮. ବରଗଡ଼ ରୋଡ଼-ନୂଆପଡା ରୋଡ଼ ନୂତନ ରେଳ ଲାଇନ