ଡିଜି-ଆଇଜି ସମ୍ମିଳନୀର ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ, କହିଲେ..
ଓଏଲ୍ ବ୍ୟୁରୋ: ତିନି ଦିନ ବ୍ୟାପୀ ରାଜଧାନୀରେ ଚାଲିଥିବା ଡିଜି ଆଇଜିପି ସମ୍ମିଳନୀ ଡିସେମ୍ବର ପହିଲାରେ ଶେଷ ହୋଇଛି। ବୈଠକରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଦିଲ୍ଲୀ ଫେରିଯାଇଛନ୍ତି।
ଡିଜି/ଆଇଜି ସମ୍ମିଳନୀର ସଫଳ ଆୟୋଜନ ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମ ରାଜ୍ୟରେ କେବେ ଡିଜି ଏବଂ ଆଇଜି ସମ୍ମିଳନୀ ହୋଇନଥିଲା। ଆମକୁ ସୁଯୋଗ ମିଳିଲା ଏବଂ ଆମେ ସୁଚାରୁ ରୂପେ ତୁଲାଇଲୁ। ନାଭାଲ ଡେ’କୁ ବି ଭବ୍ୟ କରିବା ଲାଗି ସମସ୍ତ ପ୍ରସ୍ତୁତି କରାଯାଇଛି।
ପୁଲିସ କମିସନର ଦେବଦତ୍ତ ସିଂ କହିଛନ୍ତି ଯେ, ଡିଜି ଆଇଜିପି ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି। ବୈଠକ ଆୟୋଜନକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। ବୈଠକକୁ ଭଣ୍ଡୁର କରିବା ପାଇଁ ବହୁ ବହୁ ଧମକପୂର୍ଣ୍ଣ କଲ, ମେଲ ଆସିଛି। ଏହାର ତଦନ୍ତ କରାଯାଉଛି।