Odisha Link
Bridging the Missing Links in Odisha

ଗୃହରେ ଉଠିଲା ପାନୀୟ ଜଳ ପ୍ରସଙ୍ଗ: ପୂର୍ବ ସରକାରକୁ ଦୋଷ ଦେଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନ ଜାରି ରହିଛି। ବିଧାନସଭା ଶୀତ ଅଧିବେଶନର ପଞ୍ଚମ କାର୍ଯ୍ୟ ଦିବସରେ ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ବିଧାନସଭାରେ ଉଠିଲା ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗ। ଉତ୍ତର ରଖିଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ।

ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନ ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି, ପୂର୍ବ ସରକାରରେ ଠିକାଦାର ମଲେଇ ଖାଇ ପଳାଇଛନ୍ତି। ୫୮% ଟଙ୍କା ଉଠାଇ କେବଳ ପାଇପ ବିଛାଇ ପଳାଇଛନ୍ତି। ୨୦୭ ପାନୀୟ ଜଳ ପ୍ରକଳ୍ପରୁ ମାତ୍ର ୧୬ଟିର କାମ ସରିଛି। ୧୯୧ଟି ପ୍ରକଳ୍ପରୁ ମାର୍ଚ୍ଚ ସୁଦ୍ଧା ୫୬ଟି କାର୍ଯ୍ୟ ସାରିବାକୁ ଧାର୍ଯ୍ୟ ହୋଇଛି। ପୂର୍ବ ସରକାରର ଭୁଲ ପାଇଁ ଲୋକେ ପାନୀୟ ଜଳକଷ୍ଟ ପାଉଛନ୍ତି।

Leave A Reply

Your email address will not be published.