ଗୁରୁବାର ଶପଥ ଗ୍ରହଣ ଉତ୍ସବ, ଅସୁସ୍ଥ ସିନ୍ଦେ
ଓଏଲ୍ ବ୍ୟୁରୋ: ଡିସେମ୍ବର ୫ ତାରିଖରେ ମହାରାଷ୍ଟ୍ରରେ ମହାୟୁତି ସରକାର ନେବ ଶପଥ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଶପଥ ଗ୍ରହଣ ଉତ୍ସବକୁ ଆଉ ୪୮ ଘଣ୍ଟା ଥିବାବେଳେ ଅସୁସ୍ଥ ହୋଇପଡ଼ିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ତାଙ୍କୁ ଥାନେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଚେକ୍ଅପ୍ ହେବାପରେ ପୁଣିଥରେ ଘରକୁ ଯାଇଥିବା ସୂଚନା ରହିଛି।
ରବିବାର ଦିନଏକନାଥ ସିନ୍ଦେ ନିଜ ପୈତୃକ ଗାଁରୁ ଫେରିଥିଲେ। ସେ ଗତ ଦୁଇରୁ ତିନି ଦିନ ହେବ ଥଣ୍ଡା ଜ୍ୱର ଯୋଗୁ ଅସୁସ୍ଥ ଥିଲେ। ତେବେ ଆଜି ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକା ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କ ଚେକ୍ ଅପ୍ କରିଥିଲେ। ପରେ ଶ୍ରୀ ସିନ୍ଦେ ଘରକୁ ପଳାଇଥିଲେ।
ସୂଚନାଥାଉକି, ଗୁରୁବାର ମହାରାଷ୍ଟ୍ରରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହୋଇପାରେ। ଏହି ସମାରୋହରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବୁଧବାର ବିଜେପି ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା କରିପାରେ।