ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର
ଓଏଲ୍ ବ୍ୟୁରୋ: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ବଲିଉଡ ପ୍ରଯୋଜିକା ଏକତା କପୁର। ଓଡ଼ିଶା ସରକାର ଦି ସାବରମତୀ ରିପୋର୍ଟ ଚଳଚ୍ଚିତ୍ର ଉପରୁ ଟିକସ୍ ଛାଡ଼ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଏକତା କପୁର। ଏହା ସହ ଚଳଚ୍ଚିତ୍ର ଦେଖିବାକୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ବିକ୍ରାନ୍ତ ମୈସି, ରାଶି ଖାନ୍ନା ଅଭିନୀତ ଦି ସାବରମତି ରିପୋର୍ଟ ନଭେମ୍ବର ୧୫ ତାରିଖରେ ରିଲିଜ ହୋଇଛି।
ସୂଚନା ଅନୁସାରେ ନଭେମ୍ବର ୨୮ରେ ବଲିଉଡ୍ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ଉପରୁ ଆମୋଦ କର ହଟାଇଥିଲେ ରାଜ୍ୟ ସରକାର। ଏନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଥିଲେ। ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଦେଶ କ୍ରମେ ଚଳଚ୍ଚିତ୍ରଟିକୁ ରାଜ୍ୟରେ କରମୁକ୍ତ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ।