ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଠାବ ହେଲା ବିପୁଳ ସମ୍ପତ୍ତି
ଓଏଲ୍ ବ୍ୟୁରୋ: କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ନିର୍ବାହୀ ଯନ୍ତ୍ରୀ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁରର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ବିପୁଳ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି।
ଚଢ଼ାଉ ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କର ୨ଟି ବହୁତଳ କୋଠା, ଭୁବନେଶ୍ୱରରେ ୬ଟି ପ୍ଲଟ୍ ସମେତ ମୋଟ ୧୮ ପ୍ଲଟ୍ ମିଳିଛି। ୮୫୦ ଗ୍ରାମର ସୁନା ଠାବ ହୋଇଥିବାବେଳେ ବ୍ୟାଙ୍କ ଜମା ଓ ବୀମା ଜାଣିବାକୁ ତଲାସୀ ଚାଲିଛି। ବିଶ୍ୱନାଥଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି। ପୌରପାଳିକାର ଯନ୍ତ୍ରୀ ଦାୟିତ୍ୱରେ ମଧ୍ୟ ଅଛନ୍ତି ବିଶ୍ୱନାଥ।