Odisha Link
Bridging the Missing Links in Odisha

ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କଲେ ଗୌତମ ଗମ୍ଭୀର, ରୋହିତଙ୍କୁ ନେଇ କଳ୍ପନାଜଳ୍ପନା ; ଏମିତି ରହିବ ଚୂଡ଼ାନ୍ତ ଏକାଦଶ

ଓଏଲ୍‌ ବ୍ୟୁରୋ: ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କଲେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର। ୨୬ ନଭେମ୍ବରରେ ଗୌତମ ଗମ୍ଭୀର ପରିବାରର ଏକ ଉତ୍ସବରେ ଯୋଗ ଦେବା ପାଇଁ ଭାରତ ଆସିଥିଲେ। ବର୍ଡର-ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ସେପ୍ଟେମ୍ବର ୬ ତାରିଖରେ ଆଡିଲେଡରେ ଖେଳାଯିବ। ସେତେବେଳେ ଟିମ୍‌ ସହିତ ଉପସ୍ଥିତ ରହିବେ ଗୌତମ ଗମ୍ଭୀର।

ପ୍ରଥମ ଟେଷ୍ଟରେ ଖେଳି ନଥିବା ଅଧିନାୟକ ରୋହିତ ଶର୍ମା ଦିବାରାତ୍ର ଟେଷ୍ଟରେ ଖେଳିବା ନିଶ୍ଚୟ। ଅଧିନାୟକ ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରିବାର ନଜର ଆସିପାରନ୍ତି। ଦିବାରାତ୍ର ଟେଷ୍ଟ ପାଇଁ କେଉଁ ୧୧ ଜଣ ଖେଳାଳି ପଡ଼ିଆକୁ ଓହ୍ଲାଇବେ ତାକୁ ଚୟନ କରିବା ପାଇଁ ଗୌତମ ଗମ୍ଭୀରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବ। କାରଣ ଦଳକୁ ରୋହିତଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିବା ବେଳେ ଆହତ କାରଣରୁ ପ୍ରଥମ ମ୍ୟାଚ୍‌ ଖେଳି ନଥିବା ଗିଲ୍‌ ଅଭ୍ୟାସ୍‌ ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଥିଲେ।

ରୋହିତ ଓ ଗିଲ୍‌ଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ପାଇଁ ଓପନିଂ ମଙ୍ଗ ଧରିଥିଲେ କେଏଲ ରାହୁଲ ଓ ଯଶ୍ବସୀ ଜୟଶଓ୍ବାଲ। ରୋହିତଙ୍କ ପ୍ରତ୍ୟାବର୍ତ୍ତନ ପରେ କେଉଁ ଯୋଡ଼ି ଓପନିଂ କରିବେ ତାଙ୍କୁ ନେଇ ଚିନ୍ତାରେ ପଡ଼ିଛି ବିସିସିଆଇ ମ୍ୟାନଜେମଣ୍ଟ। କାରଣ ରାହୁଲ ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ବେଳେ ସେତେଟା ସଫଳତା ହାସଲ କରିନଥିଲେ। ରୋହିତଙ୍କ ଅନୁପସ୍ଥିତିରେ ରାହୁଲ ଭାରତ ପାଇଁ ସ୍କୋର କରିବାରେ ଲାଗିଛନ୍ତି। ଏଭଳି କ୍ଷେତ୍ରରେ ରୋହିତ ମିଡିଲ ଅର୍ଡରରେ ନଜର ଆସିପାରନ୍ତି। ନଚେତ ରୋହିତ ଓପନିଂ କରିବେ ଓ ରାହୁଲ ମଧ୍ୟକ୍ରମରେ ବ୍ୟାଟିଂ କରିପାରନ୍ତି।

ସେହିପରି ପ୍ରଥମ ମ୍ୟାଚରେ ଖେଳିଥିବା ଦେବଦତ୍ତ ପାଡିକଲ ଓ ଧ୍ରୁବ ଜୁରେଲ ଦ୍ବିତୀୟ ମ୍ୟାଚରୁ ବାଦ ପଡ଼ିବେ। ଅନ୍ୟପଟେ ପିଚ୍‌ ଦେଖି ବୋଲିଂରେ କିଛି ଅଦଳବଦଳ କରପାରେ ଟିମ୍‌ ମ୍ୟାନଜେମେଣ୍ଟ।

ସମ୍ଭାବ୍ୟ ଏକାଦା: ଯଶ୍ବସୀ ଜୟଶଓ୍ବାଲ, ରୋହିତ ଶର୍ମା, ଶଭୁମନ ଗିଲ୍‌, ବିରାଟ କୋହଲି, ଋଷଭ ପନ୍ତ, କେଏଲ ରାହୁଲ, ନିତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା/ ଓ୍ବାଂଶିଟନ୍‌ ସୁନ୍ଦର, ଯଶପ୍ରୀତି ବୁମରାହ, ହର୍ଷିତ ରାଣା, ମହମ୍ମଦ ସିରାଜ

Leave A Reply

Your email address will not be published.