Odisha Link
Bridging the Missing Links in Odisha

୩ ବର୍ଷରେ ଶତାଧିକ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନ ଜାରି ରହିଛି। ବିଧାନସଭା ଶୀତ ଅଧିବେଶନର ପଞ୍ଚମ କାର୍ଯ୍ୟ ଦିବସରେ ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଆଜି ପଞ୍ଚାୟତରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜୟବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ପ୍ରଶ୍ନକାଳ ରହିଛି। ଏସବୁ ଭିତରେ ଗୃହରେ ଦାଦନ ମୃତ୍ୟୁ ପ୍ରସଙ୍ଗ ଉଠିଛି। ବିଧାନସଭାରେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଲିଖିତ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ୧୦ ବର୍ଷ ମଧ୍ୟରେ ରାଜ୍ୟ ବାହାରେ ମରିଛନ୍ତି ୪୦୩ ଦାଦନ ଶ୍ରମିକ। ୩ ବର୍ଷ ମଧ୍ୟରେ ରାଜ୍ୟ ବାହାରେ ୨୩୩ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମରୁ ୪୩ ଓ ବଲାଙ୍ଗୀରରୁ ୨୬ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୧୯୯ ଜଣଙ୍କ ମୃତଦେହ ଓଡ଼ିଶା ଫେରିଛି ବୋଲି ଶ୍ରମ ମନ୍ତ୍ରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.