Odisha Link
Bridging the Missing Links in Odisha

ଇତିହାସ ପାଲଟିଲା ବ୍ରିଟିଶ ଲ’, ଦେଶବାସୀଙ୍କୁ ୩ ନୂଆ ଅପରାଧିକ ଆଇନ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମାସ ଓ ତାରିଖ ବଦଳିବା ସହ ଇତିହାସ ପାଲଟିଲା ବ୍ରିଟିଶ ଆଇନ। ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଦେଶରେ ୩ଟି ଆଇନ ଲାଗୁ କରାଯାଇଛି। ଦେଶବାସୀଙ୍କୁ ୩ ନୂଆ ଅପରାଧିକ ଆଇନ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଚଣ୍ଡିଗଡରେ ଆଇନ କାର୍ଯ୍ୟକାରିତା ନେଇ ହୋଇଥିବା ପ୍ରଦର୍ଶନୀରେ ଯୋଗ ଦେଇ ନୂଆ ୩ ଅପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଦେଶରେ ଏହି ଆଇନ ଦେଶବାସୀଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ନ୍ୟାୟ ସଂହିତା ଲୋକଙ୍କର, ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା। ଯାହା ଲୋକତନ୍ତ୍ରର ଆଧାର। ଭାରତୀୟ ନ୍ୟାୟ ସଂହିତାର ମୂଳମନ୍ତ୍ର ହେଉଛି ନାଗରିକ ପ୍ରଥମ। ଏହି ଆଇନ ନାଗରିକଙ୍କ ଅଧିକାରର ସୁରକ୍ଷା କବଚ ହେବ। ସହଜ ନ୍ୟାୟ ପ୍ରଦାନର ଆଧାର ହେବ। ପୁରୁଣା ବ୍ୟବସ୍ଥାରେ ପ୍ରୋସେସ ହିଁ ପନିସମେଣ୍ଟ ଥିଲା।

ଏକ ସୁସ୍ଥ ସମାଜରେ ଆଇନର ସମ୍ବଳ ହେବା ଦରକାର। ମାତ୍ର ଆଇପିସିରେ କେବଳ ଆଇନର ଡର ହିଁ ଏକମାତ୍ର ତରିକା ଥିଲା। ଆଇନ ନାଗରିକ ସଶକ୍ତିକରଣର ମାଧ୍ୟମ ହେଉ ସେ ନେଇ ଆମକୁ ଚିନ୍ତାଧାରା ବ୍ୟାପକ କରିବାକୁ ପଡିବ। ଏହି ନୂଆ ଆଇନ ଆତଙ୍କବାଦ ବିରୋଧରେ ଲଢିବାରେ ସହାୟକ ହେବ।

ସୂଚନା ଅନୁସାରେ, ଗତ ଜୁଲାଇ ୧ରେ ୩ ନୂଆ ଆଇନ ଦେଶରେ ଲାଗୁ ହୋଇ ସାରିଛି। ଦେଶରେ ଏହି ଆଇନ ଦେଶବାସୀଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ଆଇନ ଓ ନ୍ୟାୟିକ ବ୍ୟବସ୍ଥାର ପରିବର୍ତ୍ତନ କ୍ଷେତ୍ରରେ ଏହି ୩ ନୂଆ ଆଇନ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ।

Leave A Reply

Your email address will not be published.