ଆସନ୍ତାକାଲି ଶ୍ରୀକ୍ଷେତ୍ର ଯିବେ ମହାମହିମ, ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା
ଓଏଲ୍ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଅପରାହ୍ନ ୫ଟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବେ। ୩ରୁ ୭ ତାରିଖ ଯାଏ ସେ ଓଡ଼ିଶା ଗସ୍ତରେ ରହିବେ। ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଭି ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ।
ଆସନ୍ତାକାଲି ଭାରତୀୟ ନୌସେନା ଦିବସ ପୁରୀ ବ୍ଲୁ ଫ୍ଲାଗ ବୀଚରେ ଅନୁଷ୍ଠିତ ହେବ। ନୌସେନା ଦିବସ ଓଡ଼ିଶାରେ ପ୍ରଥମ କରି ଆୟୋଜନ କରାଯାଉଥିବାବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ ଭାରତର ମହାମହିମ ରାଷ୍ଟ୍ରପତି ଦୌପଦି ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।
ମହାପ୍ରଭୁଙ୍କ ଦର୍ଶନ ଓ ନୌସେନା ଦିବସକୁ ଉପଭୋଗ କରିବା ପାଇଁ ଯେଉଁ ଯାତ୍ରୀ ମାନେ ଆସିବାକୁ ଚାହିଁବେ ସେମାନଙ୍କ ପାଇଁ ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ସୁଗମ କରାଯାଇଛି। ଭୁବନେଶ୍ୱର ପଟୁ ଯେଉଁମାନେ ଚାରି ଚକିଆ ଯାନ ନେଇ ଆସିବେ ସେମାନେ ମାଳତୀପାଟପୁର ଦେଇ ROB, ଗ୍ରୀଡ଼ ଷ୍ଟେସନ ଦେଇ ତାଳବଣିଆ ଠାରେ ପାର୍କିଙ୍ଗ କରିବେ।
ଦୁଇ ଚକିଆ ଯାନ ପାଇଁ ମାଳତୀପାଟପୁର, ବାଟ ଗାଁ, ମଙ୍ଗଳାହାଟ ବାଏ ପାସ ଦେଇ ଷ୍ଟର୍ଲିଂ ଠାରେ ପାର୍କିଙ୍ଗ ବ୍ୟବସ୍ତା କରାଯାଇଛି। ଯେଉଁ ଶ୍ରଦ୍ଧାଳୁ କିମ୍ବା ଯାତ୍ରି ମାନେ କୋଣାର୍କ ଦେଇ ଆସିବେ ସେମାନେ ତାଳବଣିଆ ଠାରେ ପାର୍କିଙ୍ଗ କରିବେ, ବ୍ରହ୍ମଗିରି ପଟୁ ଯେଉଁମାନେ ଆସିବେ ସେମାନେ ଷ୍ଟର୍ଲିଂ ଠାରେ ପାର୍କିଙ୍ଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି।
ଅରେଞ୍ଜ ପାସ ହୋଲଡ଼ର ପାଇଁ ଜେଲ ରୋଡ, ଶରଧାବାଲି ଠାରେ ପାର୍କିଙ୍ଗ କରିପାରିବେ, ବ୍ଲୁ ହୋଲଡ଼ର ପାସ ପାଇଁ ହୋଟେଲ ନୀଳାଚଳ ଅଶୋକ, ବ୍ଲେସଡ଼ ସାକ୍ରାମେଣ୍ଟ ସ୍କୁଲ ଓ ଏସସିଏସ କଲେଜ ଠାରେ ପାର୍କିଙ୍ଗ କରିପାରିବେ ବୋଲି ପୁରୀ ଏସ୍ପି ଭିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି।