କିଏ ସେ ଭେଙ୍କଟ ଦତ୍ତା ସାଇ ? ଯାହାଙ୍କୁ ବିବାହ କରିବାକୁ ଯାଉଛନ୍ତି ପିଭି ସିନ୍ଧୁ
ଓଏଲ୍ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ। ଡିସେମ୍ବର ୨୨ ତାରିଖରେ ସେ ପୋସିଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଥିବା ଭେଙ୍କଟ ଦତ୍ତ ସାଇଙ୍କ କନିଆଁ ସାଜିବେ। ରାଜସ୍ଥାନର ଉଦୟପୁରେ ହାତକୁ ଦି ହାତ ହେବେ ଏହି ଷ୍ଟାର୍ ଖେଳାଳି।
ଷ୍ଟାର ବାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ବିବାହ ଖବର ତାଙ୍କ ପିତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିବାହ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଡିସେମ୍ବର ୨୦ରୁ ବାହାଘର ପ୍ରସ୍ତୁତି ଆରମ୍ଭ ହେବାକୁ ଥିବାବେଳେ ଡିସେମ୍ବରରେ ବିବାହ ଉତ୍ସବ ହେବ। ସେହିପରି ଡିସେମ୍ବର ୨୪ ତାରିଖରେ ହାଇଦ୍ରାବାଦରେ ରିସେପ୍ସନ ପାର୍ଟି ହେବ।
ସିନ୍ଧୁଙ୍କ ପତି ହେବାକୁ ଯାଉଥିବା ଭେଙ୍କଟ ଦତ୍ତା ସାଇ ହାଇଦ୍ରାବାଦର ବାସିନ୍ଦା। ସେ ବର୍ତ୍ତମାନ ପୋସିଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଛନ୍ତି। ସେ ଭାରତର ଜଣାଶୁଣା ଉଦ୍ୟମୀ ଅଟନ୍ତି। ସେ ଫାଇନାନ୍ସ, ଡାଟା ସାଇନ୍ସ ଓ ଆସେଟ୍ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଦଖଲ ରଖିଛନ୍ତି। ଦତ୍ତା ସାଇ ପ୍ଲେମ୍ ବିଶ୍ବବିଦ୍ୟାଳୟରୁ ଆକାଉଣ୍ଟିଂ ଓ ଫାଇନାନ୍ସରେ ବିବିଏ କରିଛନ୍ତି।
ସୂଚନାଥାଉକି, ଭାରତର ଅନ୍ୟତମ ଶ୍ରେଷ୍ଠ ଆଥଲେଟ ସିନ୍ଧୁ ୫ ଥର ବିଶ୍ୱ ଚାମ୍ପିୟନଶିପ ପଦକ ଜିତିଛନ୍ତି। ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ସେ ଏକ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିବାର ଗୌରବ ଅର୍ଜନ କରିଥିଲେ। କମନ୍ଓ୍ୱେଲ୍ଥ ଗେମ୍ସରେ ମଧ୍ୟ ସିନ୍ଧୁ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତେବେ ପିଭି ସିନ୍ଧୁ କିଛି ସମୟ ପାଇଁ ଖରାପ ଫର୍ମ ସହିତ ସଂଘର୍ଷ କରୁଥିଲେ ଏବଂ ଅଲିମ୍ପିକ୍ସରେ ମଧ୍ୟ ସେ ସେତେଟା କିଛି ଭଲ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ବର୍ତ୍ତମାନ ସେ ସୟଦ ମୋଦି ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ଜିତି ପୁଣି ଥରେ ଫର୍ମକୁ ଫେରିଛନ୍ତି।