ରାଜ୍ୟରେ ଅକ୍ଷମ ହୋଇଛି ସୂତାକଳ, ଗୃହରେ ତଥ୍ୟ ଦେଲେ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ରାଜ୍ୟରେ ଏବେ କୌଣସି ସୂତାକଳ କାର୍ଯ୍ୟକ୍ଷମ ନାହିଁ। ପୂର୍ବରୁ ଥିବା ୭ଟି ସୂତାକଳ ବର୍ତ୍ତମାନ ସବୁ ବନ୍ଦ ହୋଇ ପଡ଼ିଛି ବୋଲି ଗୃହରେ ମନ୍ତ୍ରୀ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ୧ ଲକ୍ଷ ୨୫ ହଜାର ୧୬୦ ହସ୍ତତନ୍ତ, ୪୬୨୪ କଳତନ୍ତ ବୁଣାକାର ଅଛନ୍ତି। ସୂତାକଳ ଗୁଡ଼ିକୁ ଘରୋଇକରଣ ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ବିଦେଶୀ ପୁଞ୍ଜିପତି ମାନଙ୍କୁ ନିମନ୍ତ୍ରଣ କରିବା ସହ ପୁନରୁଦ୍ଧାର କରିବା ପାଇଁ କେତେ ଅର୍ଥର ଆବଶ୍ୟକ ଅଛି ତାହାର ଆକଳନ କରାଯାଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।