Odisha Link
Bridging the Missing Links in Odisha

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର, ଏମିତି ରହିବ ମନ୍ତ୍ରିମଣ୍ଡଳ

ଓଏଲ୍‌ ବ୍ୟୁରୋ: କ୍ଷମତାର ଛକି ଶୂନ ଖେଳରେ ବାଜି ମାରିଲେ ବିଜେପିର ଟାଣୁଆ ନେତା ଦେବେନ୍ଦ୍ର ଫଡ଼ନାଭିସ୍। ମହାରାଷ୍ଟ୍ରରେ ମହାୟୁତିର ବିରାଟ ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଦେବେନ୍ଦ୍ର ଫଡ଼ନାଭିସ୍। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିଗତ ୧୨ ଦିନ ଧରି ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ବିରାମ ପଡ଼ିଛି। ଦେବେନ୍ଦ୍ର ଫଡ଼ନାଭିସ୍‌ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଶପଥ ନେବେ।

ବୁଧବାର ବିଜେପି ବିଧାୟକ ଦଳ ବୈଠକରେ ଫଡ଼ନାଭିସ୍‌ଙ୍କୁ ବିଧାୟକ ଦଳ ନେତା ମନୋନୀତ କରାଯାଇଛି। ବର୍ତ୍ତମାନ ମହାୟୁତି (ବିଜେପି,ଶିବସେନା, ଏନ୍‌ସିପି)ଗଠବନ୍ଧନର ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି। ଏଥିପାଇଁ କେନ୍ଦ୍ରର ପର୍ଯ୍ୟବେକ୍ଷକ ଦଳ ମଧ୍ୟବୈଠକରେ ପହଁଞ୍ଚି ସାରିଛନ୍ତି। ରାଜ୍ୟର ନୂଆ ମୁଖିଆଙ୍କ ନାମ ଏହି ବୈଠକ ପରେ ଘୋଷଣା କରାଯିବ ବୋଲି ସୂଚନା ରହିଛି।

ନଭେମ୍ବର ୨୩ ତାରିଖରେ ଘୋଷଣା ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରେ ମହାୟୁତିକୁ ମିଳିଥିଲା ବଡ଼ ସଫଳତା। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୨୩୦ଟି ଆସନ ଜିତିଥିଲା ମହାୟୁତି ଗଠବନ୍ଧନ। ବିଜେପି ୧୩୨ଟି ଆସନରେ ବିଜୟୀ ହୋଇଥିବା ବେଳେ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ୫୭ଟି ଆସନ ଜିତିଥିବା ବେଳେ ଏନସିପି ୪୧ଟି ଆସନରେ ବାଜି ମାରିଛି।

Leave A Reply

Your email address will not be published.