ଆୟୁର୍ବେଦ ପଦ୍ଧତିର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ: ରାଷ୍ଟ୍ରପତି
ଓଏଲ୍ ବ୍ୟୁରୋ: ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପୁରୀରେ ପହଞ୍ଚି ସମଙ୍ଗ ହେଲିପ୍ୟାଡ୍ରୁ ଶ୍ରୀମନ୍ଦିର ଅଭିମୁଖେ ଗସ୍ତ କରିଥିଲେ ରାଷ୍ଟ୍ରପତି। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଉପସ୍ଥିତ ସମସ୍ତଙ୍କୁ ନମସ୍କାର, ଜୁହାର ଜୟଜଗନ୍ନାଥ।
ମୁଁ ଆଜି ଆପଣଙ୍କ ଗହଣରେ ଉପସ୍ଥିତ ହୋଇ ବେଶ ଆନନ୍ଦିତ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ସ୍ଥାପନ ଦିବସରରେ ସମସ୍ତଙ୍କୁ ସାଧୁବାଧ। ଶ୍ରୀକ୍ଷେତ୍ର ପୁରୀ ତାର ପ୍ରାଚୀନ ପରମ୍ପରାକୁ ଆଜି ମଧ୍ୟ ଅବ୍ୟାହତ ରଖିଛି। ଯାହାର ନିଦର୍ଶନ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ। ଜାଣି ଖୁସି ହେଲି ଯେ, ରାଜ୍ୟ ଓ ରାଜ୍ୟ ବାହାରୁ ତଥା ବିଦେଶରେ ରୋଗୀ ମଧ୍ୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ସୁସ୍ଥ ହେଉଛନ୍ତି।
ମହାମହିମ ଆହୁରି ମଧ୍ୟ କହିଛନ୍ତି, ଆୟୁର୍ବେଦ ପଦ୍ଧତିର ସାକାରାତ୍ମକ ଦିଗ ମଧ୍ୟ ରହିଛି। ଆୟୁର୍ବେଦ ପଦ୍ଧତିରେ ପ୍ରାୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଏ ନାହିଁ, ଯାହା ଅନେକ ଲୋକଙ୍କର ଆସ୍ଥାଭାଜନ ହୋଇପାରିଛି। ଏହି ପଦ୍ଧତିରେ ଅନେକ ପୁରୁଣା ରୋଗ ଭଲ ହୋଇପାରୁଛି ବୋଲି ମହାମହିମ କହିଛନ୍ତି।