Odisha Link
Bridging the Missing Links in Odisha

ଗୃହରେ ମନ୍ତ୍ରୀଙ୍କ ଦୃଢ଼ୋକ୍ତି: ୨୦୨୫ ସୁଦ୍ଧା ପୂରଣ ହେବ ଆରଆଇ, ଅମିନ ପଦବୀ

ଓଏଲ୍‌ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଭିତରେ ଆରଆଇ, ଅମିନ ଅଶାୟୀଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କୁ ମାତ୍ର ୫ ମାସ ହୋଇଥିଲେ ମଧ୍ୟ ରାଜ୍ୟରେ ଆରଆଇ, ଅମିନ ପଦବୀ ପୂରଣ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୨୦୨୫ ସୁଦ୍ଧା ରାଜ୍ୟରେ ଆରଆଇ, ଅମିନ ପଦବୀ ଖାଲି ନଥିବ ବୋଲି ଆଜି ଗୃହରେ ଦୃଢ଼ତାର ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଗୃହରେ ବିଭାଗୀୟ ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ବେଳେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଦୁର୍ନୀତିମୁକ୍ତ ରାଜସ୍ବ ସେବା ଯୋଗାଇବା ଆମର ପ୍ରମୁଖ ଲକ୍ଷ୍ୟ ଅଟେ। ଆଗାମୀ ଦିନରେ ପ୍ରତି ୨ଟି ପଞ୍ଚାୟତରେ ୧ଟି ଲେଖାଏଁ ଆରଆଇ ଅଫିସ କରିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ସେହିପରି ପ୍ରତି ପଂଚାୟତରେ ଗୋଟିଏ ଆରଆଇ ସର୍କଲ କରିବାକୁ ମଧ୍ୟ ବିଚାର କରାଯାଉଛି।

ମନ୍ତ୍ରୀ ଗୃହରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୭୦ ପ୍ରତିଶତ ଶିକ୍ଷାନୁଷ୍ଠାନରେ ନିଜସ୍ଵ ଜମି ନଥିଲା। ଆମେ ଆସନ୍ତା ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ଦେବାକୁ ନିଷ୍ପତ୍ତି ନେଇଛୁ। ଇତିମଧ୍ୟରେ ୬୦ରୁ ୭୦ ସ୍କୁଲକୁ ଜମି ପଟ୍ଟା ପ୍ରଦାନ ସରିଲାଣି। ପ୍ରତି ସ୍କୁଲମାନଙ୍କୁ ଆରଆଇ, ତହସିଲଦାର ମାନେ ଯାଇ ଜମି ପଟ୍ଟା ପ୍ରଦାନ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.