ବିଲ୍ ଭରୁନାହାନ୍ତି ବିଦ୍ୟୁତ୍ ବିତରଣ କମ୍ପାନୀ, ବାକି ଖାତାରେ ୬ ହଜାର କୋଟି
ଓଏଲ୍ ବ୍ୟୁରୋ: ରାଜ୍ୟରେ ୪ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୬ ହଜାର ୫୮୭ କୋଟି ଟଙ୍କା ବାକି ରହିଛି। ସେସୁ ବାକି ରଖିଛି ୨ ହଜାର ୬୫୧ କୋଟି ଟଙ୍କା ବୋଲି ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ।
ଗୃହରେ ଶକ୍ତି ମନ୍ତ୍ରୀ ତଥା ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୪ ବିଦ୍ୟୁତ ବିତରକ କମ୍ପାନୀ ଉପରେ ମୋଟ ୬ ହଜାର ୫୮୭ କୋଟି ଟଙ୍କା ବାକି ପଡିଛି। ସେସୁ ପାଖରେ ୨ ହଜାର ୬୫୧ କୋଟି ବାକି ପଡିଥିବାବେଳେ, ନେସ୍କୋ ପାଖରେ ୯୫୮ କୋଟି, ଓ୍ୱେସ୍କୋ ପାଖରେ ୧ ହଜାର ୬୭୬ କୋଟି ଆଉ ସାଉଥକ୍କୋ ପାଖରେ ୧୩୦୦ କୋଟି ଟଙ୍କା ବାକି ପଡିଛି।