ଆଜି ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବ, ସାମିଲ ହେବେ ରାଷ୍ଟ୍ରପତି
ଓଏଲ୍ ବ୍ୟୁରୋ: ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବା ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରବେଶ ପଥରୁ କୃଷି ସଦନ ପର୍ଯ୍ୟନ୍ତ ସବୁଠି ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଛି। ପୁରୀ ସମଙ୍ଗ ହେଲିପ୍ୟାଡ୍ରେ ରାଷ୍ଟ୍ରପତି ପହଞ୍ଚି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଫେରିଛନ୍ତି। ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।
ସୂଚନା ଅନୁସାରେ, ଗତକାଲି ସକାଳେ ପୁରୀ ଗସ୍ତ କରିଥିଲେ ରାଷ୍ଟ୍ରପତି। ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ସାମିଲ ହୋଇଥିଲେ। ଏହା ପରେ ଅପରାହ୍ଣରେ ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ଆୟୋଜିତ ନୌସେନା ଦିବସରେ ସାମିଲ ହୋଇ ନୌ-ବୀରଙ୍କ ପରାକ୍ରମ ଦେଖିଥିଲେ ମହାମହିମ। ପୁରୀ ରାଜଭବନରେ ରାତ୍ରୀଯାପନ କରିବା ପରେ ଆଜି ସେ ଭୁବନେଶ୍ୱର ଫେରିଆସିବେ।