Odisha Link
Bridging the Missing Links in Odisha

କାଲିଠୁ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା, ସଜେଇ ହେଉଛି ପ୍ରଦର୍ଶନୀ ପଡ଼ିଆ

ଓଏଲ୍‌ ବ୍ୟୁରୋ: ସଜେଇ ହେଉଛି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ। ଆସନ୍ତାକାଲି (ଶୁକ୍ରବାର) ୬ ତାରିଖରୁ ଭୁବନେଶ୍ୱରସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଏହା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜନ କରାଯିବ।

ଚଳିତ ବର୍ଷ ପ୍ରାୟ ପୁସ୍ତକ ମେଳାରେ କେବଳ ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନଙ୍କୁ ସାମିଲ କରାଯାଉଛି। ପୁସ୍ତକ ସହ ସଂଶ୍ଲିଷ୍ଟ ନଥିବା ବ୍ୟବସାୟ ଓ ପ୍ରଚାର ଅନୁଷ୍ଠାନଗୁଡ଼ିକୁ ଏଥର ମେଳାରେ ସ୍ଥାନ ଦିଆଯାଉନାହିଁ। ମୋଟ ୪୮୨ ଷ୍ଟଲ ବୁକ୍‌ ହୋଇଥିବା ବେଳେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାଷା ସାହିତ୍ୟାର ପ୍ରଚାର ପ୍ରସାର ପାଇଁ ଏଥର ମେଳାରେ ବହୁବିଧ ମଞ୍ଚ, ମଣ୍ଡପ ଓ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଉଛି। ପ୍ରାୟ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗଦେବେ।

ଏଥର ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାରେ ବୁଦ୍ଧ ସ୍ମାରକୀ, ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ଆଧାର କରାଯାଇ ତିନିଗୋଟି ଥିମ୍ ପାଭିଲିୟନ ନିର୍ମାଣ କରାଯିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୁସ୍ତକ ମେଳାର ମୁଖ୍ୟ ପ୍ରବେଶ ଦ୍ୱାରକୁ ଡକ୍ଟର ହରେକୃଷ୍ଣ ମହତାବ, ମୁଖ୍ୟମଞ୍ଚକୁ ସୁନାମଧନ୍ୟ ସାହିତ୍ୟିକ ସାତକଡି ହୋତା, ମେଳାର ଭିତର ପ୍ରବେଶ ଦ୍ୱାରକୁ କବି ହରିହର ମିଶ୍ର ଏବଂ ମେଳାର ଭିତର ମଞ୍ଚକୁ ସାହିତ୍ୟିକ ସତ୍ୟନାରାୟଣ ବହିଦାରଙ୍କ ନାମରେ ନାମିତ କରାଯିବ।

Leave A Reply

Your email address will not be published.