Odisha Link
Bridging the Missing Links in Odisha

ପିଙ୍କ ବଲ୍‌ ଟେଷ୍ଟ ପାଇଁ ରୋହିତଙ୍କ ମାଷ୍ଟର ପ୍ଲାନ୍, ନେଲେ ବଡ଼ ନିଷ୍ପତ୍ତି; ଚିନ୍ତାରେ କଙ୍ଗାରୁ ବାହିନୀ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫିର ଦ୍ବିତୀୟ ମ୍ୟାଚ୍‌। ଆଡିଲେଡ୍‌ରେ ଖେଳାଯିବାକୁ ଥିବା ପିଙ୍କ ବ‌ଲ୍‌ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରୋହିତଙ୍କ ପ୍ରତ୍ୟାବର୍ତ୍ତନ ପରେ କେଉଁ ଯୋଡ଼ି ଭାରତୀୟ ଦଳ ପାଇଁ ଅପନିଂ କରିବେ ସେ ନେଇ ବଡ଼ ଖୁଲାସା କରିଛନ୍ତି ରୋହିତ ଶର୍ମା।

ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା କହିଛନ୍ତି, ଏଡିଲେଡ୍‌ ଟେଷ୍ଟରେ କେଏଲ ରାହୁଲ ଓ ଯଶ୍ବସୀ ଜୟଶଓ୍ବାଲ ଦଳ ପାଇଁ ଇନିଂସ୍‌ ଅପନ୍‌ କରିବେ। ଆଉ ନିଜେ ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ମଧ୍ୟକ୍ରମର ଯେଉଁ ସ୍ଥାନରେ ବି ବ୍ୟାଟିଂ କରିବେ ବୋଲି କହିଛନ୍ତି ରୋହିତ ଶର୍ମା। ରୋହିତ ଶର୍ମା ୬ଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇ ପାରନ୍ତି। ରୋହିତ ଶର୍ମା ଶେଷଥର ପାଇଁ ୨୦୧୮ ମସିହା ଡିସେମ୍ବର ୨୮ ତାରିଖରେ ୬ଷ୍ଠ ସ୍ଥାନରେ ବ୍ୟାଟିଂ କରିଥିଲେ। ସେତେବେଳେ ରୋହିତ ଗୋଟିଏ ଇନିଂସ୍‌ରେ ୬୩ ଓ ଦ୍ବିତୀୟ ଇନିଂସରେ ୫ ରନ୍‌ ସ୍କୋର କରିଥିଲେ। ସେହି ମ୍ୟାଚକୁ ଟିମ୍‌ ଇଣ୍ଡିଆ ୧୩୭ ରନ୍‌ରେ ବିଜୟୀ ହୋଇଥିଲା।

୩୭ ବର୍ଷିୟ ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ ୬ଷ୍ଠ ସ୍ଥାନରେ ୧୬ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ସେ ୨୫ଟଇ ଇନିଂସ୍‌ରେ ୫୪.୫୭ ହାରାହାରିରେ ୧୦୩୭ ରନ୍‌ ସ୍କୋର କରିଛନ୍ତି। ୬ଷ୍ଠ ସ୍ଥାନରେ ବ୍ୟାଟିଂ କରି ରୋହିତ ୩ଟି ଶତକୀୟ ଇନିଂସ୍‌ ଖେଳିଥିବା ବେଳେ ୬ଟି ଅର୍ଦ୍ଧଶକତୀୟ ଇନିଂସ୍‌ ଖେଳିଥିଲେ ।

କାହିଁକି ମଧ୍ୟକ୍ରମରେ ଖେଳିବେ ରୋହିତ ?
ପ୍ରଥମ ଟେଷ୍ଟରେ ଖେଳିନଥିବା ରୋହିତ ଶର୍ମା ଦ୍ବିତୀୟ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିସହିତ ଆହତ କାରଣରୁ ବାଦ ପଡ଼ିଥିବା ଶୁଭମନ ଗିଲ୍‌ ମଧ୍ୟ ପିଙ୍କ ବଲ୍‌ ଟେଷ୍ଟରେ ନଜର ଆସିବେ। ରୋହିତଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଓ ଯଶ୍ବସୀ ଜୟଶଓ୍ବାଲ ଭାରତ ପାଇଁ ଇନିଂସ୍‌ ଅପନ୍‌ କରିଥିଲେ। ଆଉ ଭଲ ଆରମ୍ଭ ମଧ୍ୟ ଦେଇଥିଲେ। ଯାହାକୁ ନଜରରେ ରଖି ରୋହିତ ଶର୍ମା ମଧ୍ୟକ୍ରମରେ ବ୍ୟାଟିଂ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.