ବଡ଼ ଖବର: ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ନିଜସ୍ୱ ଜମି ପଟ୍ଟା

ଓଏଲ୍ ବ୍ୟୁରୋ: ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ। ସବୁ ସ୍କୁଲ୍କୁ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲ୍ ଓ କଲେଜକୁ ନିଜସ୍ୱ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ବିଧାନସଭାର ଶୀତ ଅଧିବେଶନରେ ଆଦିବାସୀଙ୍କ ଜମି ଓ ସରକାରଙ୍କ ଜମି ନେଇ ରାଜସ୍ବ ମନ୍ତ୍ରୀ ଉତ୍ତର ରଖିଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ୨୦୨୪ ଡିସେମ୍ବର ୩୦ ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ। କାର୍ଯ୍ୟ ଆରମ୍ଭ ହୋଇଛି। ପାଠପଢ଼ା ଛାଡ଼ି ତହସିଲ୍ ଦୌଡ଼ିବା ଆବଶ୍ୟକ ନାହିଁ। ୨୦ ରାଜସ୍ୱ ଗ୍ରାମ ନେଇ ପ୍ରସ୍ତାବ ଥିଲା। ଗ୍ରାମରେ ଜନଗଣନା ଆରମ୍ଭ ହୋଇଛି। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲ୍ ଓ କଲେଜକୁ ଜମି ପଟ୍ଟା ଦିଆଯିବ।