ଗୋମାଂସ ନିଷିଦ୍ଧ କଲେ ରାଜ୍ୟ ସରକାର
ଓଏଲ୍ ବ୍ୟୁରୋ: ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ଆସାମ ସରକାର। ଆଜିଠୁ ଗୋମାଂସ ଉପରେ ନିଷେଧାଦେଶ ଜାରି କରିଛନ୍ତି ହିମନ୍ତ ସରକାର। ରାଜ୍ୟର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସାର୍ବଜନୀନ ସ୍ଥାନରେ ଗୋମାଂସ ପରସାଯାଇ ପାରିବ ନାହିଁ। ଏହା ଉପରେ କଟକଣା ଲଗାଯାଇଛି। ଏନେଇ ଖୋଦ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା।
ଆସାମ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ଗୋମାଂସ ବ୍ୟାନ ନେଇ ନିଷ୍ପତ୍ତି ହୋଇଛି। ଗୋମାଂସ ବିକ୍ରି ଉପରେ ଥିବା ଆଇନରେ ସଂଶୋଧନ ଏବଂ ନୂତନ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ କେବଳ ମନ୍ଦିର ନିକଟରେ ଗୋମାଂସ ଖାଇବାକୁ ବାରଣ କରାଯାଉଥିଲା କିନ୍ତୁ ବର୍ତ୍ତମାନ ଆମେ ଏହାକୁ ପୁରା ରାଜ୍ୟରେ ବ୍ୟାନ କରାଯାଇଛି। ରାଜ୍ୟରେ ଗୋମାଂସ ପରସିବା ଏବଂ ଖାଇବା ଉପରେ ନେଇ କଠୋର ଆଇନ ରହିଛି। ମାତ୍ର ହୋଟେଲ, ରେଷ୍ଟୁରାଣ୍ଟ, ଧାର୍ମିକ ତଥା ସର୍ବସାଧାରଣ କାର୍ଯ୍ୟରେ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କୌସି ବ୍ୟବସ୍ଥା ନଥିଲା। ବର୍ତ୍ତମାନ ସର୍ବସାଧାରଣ ସ୍ଥାନରେ ଗୋମାଂସ ଖାଇବା ଏବଂ ପରିବେଷଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଆଇନକୁ ଅଧିକ କଠୋର କରିବାକୁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି।
ସୂଚନାଥାଉକି, ୩ ବର୍ଷ ପୂର୍ବରୁ ଆସାମ ସରକାର ଗୋ ସୁରକ୍ଷା ଆଇନ୍ ଆଣିଥିଲେ।