Odisha Link
Bridging the Missing Links in Odisha

ବାଲିଯାତ୍ରା ପାଇଁ ହେବ ଦୀର୍ଘମିଆଦି ଯୋଜନା, ୨୦ ପରେ ବୈଠକ

ଓଏଲ୍‌ ବ୍ୟୁରୋ: ହାଇକୋର୍ଟରେ କଟକର ଐତିହାସିକ ବାଲିଯାତ୍ରା ମାମଲାର ଶୁଣାଣି ହୋଇଛି। ବାଲିଯାତ୍ରା ପାଇଁ ଦୀର୍ଘମିଆଦି ଯୋଜନା ନେଇ ଶୁଣାଣି ବେଳେ କୋର୍ଟଙ୍କୁ ଅବଗତ କରାଇଛନ୍ତି କଟକ ଜିଲ୍ଲାପାଳ। ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଆସନ୍ତା ୨୦ ପରେ ଜରୁରୀ ବୈଠକ ବସିବ। ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ କରିବା ପାଇଁ ପ୍ରସ୍ତାବ ଆସିଥିଲା। ଭିଡ଼କୁ ଦୃଷ୍ଟିରେ ରଖି କିଛି ସାମାଜିକ ସଂଗଠନ ଏହି ପ୍ରସ୍ତାବ ଦେଇଥିଲେ। ଏ ନେଇ ଅନୁଧ୍ୟାନ ପାଇଁ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.