ଇତିହାସ ରଚିବ ଇସ୍ରୋ, ଆଜି ଲଞ୍ଚ୍ ହେବ ମିଶନ ପ୍ରୋବା-3
ଓଏଲ୍ ବ୍ୟୁରୋ: ପୁଣି ଇତିହାସ ରଚିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଆଜି ଲଞ୍ଚ ହେବ ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ। ପିଏସଏଲଭି-ସି୫୯ ଜରିଆରେ ଉତକ୍ଷେପଣ କରାଯିବ। ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ। ଆଜି (ଡିସେମ୍ବର 5) ଅପରାହ୍ନ ୪ଟା ୧୨ରେ ଇସ୍ରୋ PSLV-C59 ରକେଟ୍ରୁ ଏହାକୁ ଲଞ୍ଚ କରାଯିବ।
ୟୁରୋପର ପ୍ରୋବା-3 ମିଶନର ଲକ୍ଷ୍ୟ ହେଉଛି ଦୁଇଟି ମହାକାଶ ଯାନ କରୋନାଗ୍ରାଫ ଓ ଅକଲ୍ଟରକୁ ସମାନ୍ତରାଳ ଭାବେ ମହାକାଶରେ ରଖିବା। ଅର୍ଥାତ ଯେହେତୁ ସୂର୍ଯ୍ୟଙ୍କ ବାହ୍ୟ ବଳୟକୁ ଦେଖିବା କଷ୍ଟକର, ଏଥିଲାଗି ଗୋଟିଏ ସ୍ପେଶକ୍ରାଫ୍ଟ ସୂର୍ଯ୍ୟଙ୍କ କରୋନା ବା ବାହ୍ୟବଳୟରୁ ବାହାରୁଥିବା ରଶ୍ମିକୁ ବ୍ଲକ୍ କରି ଅନ୍ଧକାର ସୃଷ୍ଟି କରିବ। ଏହାକୁ କୃତ୍ରିମ ସୂର୍ଯ୍ୟ ପରାଗ ମଧ୍ୟ କୁହାଯାଉଛି। ଅନ୍ୟ ମହାକାଶୟାନଟି କରୋନାକୁ ଅଧ୍ୟୟନ କରିବ। ପ୍ରାୟ ୬ ଘଣ୍ଟା ଧରି ବୈଜ୍ଞାନିକମାନେ ଗବେଷଣା କରିବେ। ତେବେ ଆଜି ISROର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଦେଶବାସୀ ଲଞ୍ଚ ବେଳର ସିଧାପ୍ରସାରଣ ଦେଖିପାରିବେ।