ଦୂର ହେବ ଆଳୁ ଚିନ୍ତା, ଆଳୁ ଦର ହ୍ରାସ ନେଇ ମନ୍ତ୍ରୀଙ୍କ ଦୃଢ଼ୋକ୍ତି
ଓଏଲ୍ ବ୍ୟୁରୋ: ଦୂର ହେବ ଆଳୁ ଚିନ୍ତା। ଆହୁରି କମିବ ଆଳୁ ଦର। ଏମିତି କିଛି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯୋଗାଣ ମନ୍ତ୍ରୀ। ଯୋଗାଣ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଆଳୁ ଦର ପୂର୍ବ ଅପେକ୍ଷା କମ ଅଛି। ଆଗକୁ ଆଳୁ ଦର ଆହୁରି କମିବ। ମନୁଷ୍ୟକୃତ ଅଭାବ ସୃଷ୍ଟି ହୋଇଥିଲା। ବଜାରରେ ଜିନିଷ କମିଲେ ଦର ବୃଦ୍ଧି ହୁଏ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଦେବେନି କହିଥିଲେ। ହେଲେ ପୁଣି ଆଳୁ ଦେଲେ। ତେବେ ଆହୁରି ବଜାରରେ ଆଳୁ ଦର କମିବ ଓ ଖାଉଟିଙ୍କୁ ଆଶ୍ବସ୍ତି ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଥାଉକି, ପଶ୍ଚିମବଙ୍ଗ ସରକାର ରାଜ୍ୟ ବାହାରକୁ ଆଳୁ ଚାଲାଣ ଉପରେ ରୋକ୍ ଲଗାଇଥିଲେ। ଏହାର ପ୍ରତିବାଦରେ ଶୀତଳ ଭଣ୍ଡାର ଆଳୁ ବ୍ୟବସାୟୀ ଓ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସରକାର ଓ ବ୍ୟବସାୟୀଙ୍କ ଆଲୋଚନା ସଫଳ ହୋଇଛି। ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ପରେ ଓଡ଼ିଶାକୁ ଆଳୁ ଆସିଛି।