‘ସମୟ ଉପଯୋଗୀ ଜ୍ଞାନକୌଶଳକୁ ଆପଣାନ୍ତୁ, ପ୍ରାକୃତିକ ଚାଷ ପ୍ରତି ଧ୍ୟାନ ଦିଅନ୍ତୁ’
ଓଏଲ୍ ବ୍ୟୁରୋ: ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବା ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯାଇଛି। ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାମହିମ କହିଛନ୍ତି, OUATର ଅନେକ ଛାତ୍ରୀ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରାପ୍ତ ହୋଇଛନ୍ତି। ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା ଜାଣି ଆନନ୍ଦିତ ହେଲି। ଅନେକ ଛାତ୍ରଛାତ୍ରୀ ଦେଶ, ବିଦେଶରେ ନିଜର ଦକ୍ଷତା ଦେଖାଇପାରିଛନ୍ତି।
ସମୟ ଉପଯୋଗୀ ଜ୍ଞାନକୌଶଳକୁ ଆପଣାଇବାକୁ ରାଷ୍ଟ୍ରପତି ଆହ୍ବାନ ଦେଇ ମହାମହିମ କହିଛନ୍ତି, କୃଷି ବୈଜ୍ଞାନିକମାନଙ୍କ ଅବଦାନ ଆମ ପାଇଁ ଯଥେଷ୍ଟ ଅଧିକ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କୃଷି ଭାଇଭଉଣୀଙ୍କ ପାଇଁ ଉପାଦେୟ। କୃଷି କାର୍ଯ୍ୟକୁ ଆଗେଇ ନେବାକୁ ଆମ ପାଖରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ରହିଛି। କୃଷି ଉତ୍ପାଦନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପାଇଛି ଭାରତ। ପ୍ରାକୃତିକ ଚାଷ ପ୍ରତି ଦିଅନ୍ତୁ ବୋଲି ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି।