ଟ୍ରାଫିକ୍ ସମସ୍ୟା ନେଇ ବିଜେଡି ବିଧାୟକଙ୍କ ଦାବି: ରାଜଧାନୀରେ କରାଯାଉ ସ୍ବତନ୍ତ୍ର କରିଡର
ଓଏଲ୍ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଜାରି ରହିଛି। ବିଭିନ୍ନ ବିଭାଗର ପ୍ରଶ୍ନ ଉତ୍ତର ଜାରି ରହିଥିବାବେଳେ ରାଜଧାନୀରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସ୍ବତନ୍ତ୍ର କରିଡ଼ର କରାଯାଉ ବୋଲି ଶୂନ୍ୟକାଳରେ ଗୃହରେ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା। ପ୍ରସଙ୍ଗ ଉତ୍ଥାପନ କରି ସେ କହିଛନ୍ତି, ୧୦ ବର୍ଷ ପୂର୍ବେ ଜନଗଣନା ଅନୁଯାୟୀ ଭୁବନେଶ୍ଵରର ଜନସଂଖ୍ୟା ୮ ଲକ୍ଷ ଥିଲା। ଏବେ ଜନସଂଖ୍ୟା ୧୩ ଲକ୍ଷରୁ ଅଧିକ ହେବ।
ଜନସଂଖ୍ୟାରେ ବୃଦ୍ଧି ଯୋଗୁଁ ରାଜଧାନୀରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଭୁବନେଶ୍ୱରରେ ରାଜ୍ୟ ସରକାର ସର୍ଭେ କରି ଫ୍ଲାଇଓଭର ନିର୍ମାଣ କରନ୍ତୁ। ସେହିପରି ଭିଭିଆଇପି, ଆମ୍ବୁଲାନ୍ସ ପାଇଁ ସ୍ଵତନ୍ତ୍ର କରିଡ଼ର ମଧ୍ୟ ନିର୍ମାଣ କରାଯାଉ। ଯାହାଫଳରେ ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି।