Odisha Link
Bridging the Missing Links in Odisha

ଗତକାଲି ଆଖି ବୁଜିଥିଲା ରାଣୀ, ଏବେ ଜଳଭଣ୍ଡାରରେ ଭାସୁଛି କଲରାପତରିଆ

ଓଏଲ୍‌ ବ୍ୟୁରୋ: ପୁଣି କମିଲା କଲରାପତରିଆ ବାଘ ସଂଖ୍ୟା। ରେଙ୍ଗାଳି ଡ୍ୟାମ୍‌ ଜଳ ଭଣ୍ଡାରରେ ଭାସୁଛି କଲରାପତରିଆ। ରିଆମାଳ ବନାଞ୍ଚଳ ନୂଆଡିହି ଫରେଷ୍ଟ ସେକ୍ସନ ଅଧୀନରେ ଠାବ ହୋଇଛି। କିପରି ମୃତ୍ୟୁ ହୋଇଛି ସ୍ପଷ୍ଟ ହୋଇନଥିବାବେଳେ ସୂଚନା ପାଇ ଡିଏଫ୍‌ଓ ସ୍ଥିତି ଯାଞ୍ଚ କରୁଛନ୍ତି।

ସୂଚନା ଅନୁସାରେ, ଗତକାଲି ସମ୍ବଲପୁର ପ୍ରାଣୀ ଉଦ୍ୟାନରେ କଲରାପତରିଆ ବାଘ ରାଣୀର ମୃତ୍ୟୁ ହୋଇଥିଲା। ୭ ବର୍ଷ ବୟସରେ କଲରାପତରିଆ ବାଘ ରାଣୀର ମୃତ୍ୟୁ ହୋଇଛି। ଗର୍ଭାଶୟରେ ହୋଇଥିବା ସଂକ୍ରମଣ ଯୋଗୁଁଁ ଶରୀରର ବିଭିନ୍ନ ଅଙ୍ଗ ପ୍ରଭାବିତ ହୋଇ ରାଣୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ଗତକାଲି ରାଣୀ ଦିନ ତମାମ ସକ୍ରିୟ ରହିଥିବାବେଳେ ସନ୍ଧ୍ୟାରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତା’ର ଚିକିତ୍ସା ଆରମ୍ଭ କରାଯାଇଥିଲା। ଚିକିତ୍ସା ସମୟରେ ସେ ବାନ୍ତି କରିବା ସହିତ ପ୍ରଜନନ ଅଙ୍ଗରୁ ପୁଜ ନିର୍ଗତ ହେଉଥିବାର ଲକ୍ଷ୍ୟ କରାଯାଇଥିଲା। ଏଥିପାଇଁ ୩ ପ୍ରକାରର ଇଞ୍ଜେକ୍ସନ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ରାତିରେ ରାଣୀର ଶ୍ୱାସକ୍ରିୟାରେ ସମସ୍ୟା ହେବା ସହିତ ତା’ର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.