Odisha Link
Bridging the Missing Links in Odisha

ବିଧାନସଭାରେ ପୋଲାଭରମ ତାତି: ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନ ଜାରି ରହିଛି। ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ବିଧାନସଭା ଅଧିବେଶନ ଚାଲିବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ତେବେ ଆଜି ବିଧାନସଭା ଆରମ୍ଭରୁ ପୋଲାଭରମ ନେଇ ଗୃହରେ ହଟ୍ଟଗୋଳ ଦେଖାଦେଇଛି। ଏସବୁ ଭିତରେ ପୋଲାଭରମ ନେଇ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି। ପୋଲାଭରମ ହେଲେ ପ୍ରଭାବିତ ମାଲକାନଗିରି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଗୃହରେ ପୋଲାଭରମ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିବାରୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି। ପୋଲାଭରମ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବାରୁ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ। ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ହିତ ପାଇଁ ପଦକ୍ଷେପ ନେବାକୁ ସରକାର ସଂକଳ୍ପବଦ୍ଧ। ଏହି ପ୍ରକଳ୍ପ ପାଇଁ ୨ ରାଜ୍ୟ ମଧ୍ୟରେ ଚୁକ୍ତିନାମା ହୋଇଛି। ଯାହା ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ଅନ୍ତର୍ଭୁକ୍ତ।

Leave A Reply

Your email address will not be published.