Odisha Link
Bridging the Missing Links in Odisha

ନିଯୁକ୍ତି ପର୍ବ ପାଇଁ ୩ କୋଟି ଖର୍ଚ୍ଚ, ଚାକିରି ପାଇଲେ ୧ ଲକ୍ଷ ଆଶାୟୀ

ଓଏଲ୍‌ ବ୍ୟୁରୋ: ବିଗତ ୧୦ ବର୍ଷରେ ୧୮ ଲକ୍ଷ ୪୨ ହଜାର ୬୭ ଜଣ ତାଲିମ ଦେଇଥିଲେ ରାଜ୍ୟ ସରକାର, ମାତ୍ର ୧ ଲକ୍ଷ ୫ ହଜାର ୪୪୪ ପିଲାଙ୍କୁ ଚାକିରି ଦେଇଛନ୍ତି। ନିଯୁକ୍ତି ନେଇ ଗୃହରେ ଦକ୍ଷତା ବିକାଶ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି।

ଗତ ୧୦ ବର୍ଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକ୍ରମ ଜରିଆରେ ୧୮ ଲକ୍ଷ ୪୨ ହାଜର ୬୭ ଜଣଙ୍କୁ ନିଯୁକ୍ତି ତାଲିମ ପ୍ରଦାନ କରାଯାଇ ଥିବାବେଳେ ବିଗତ ପାଞ୍ଚ ବର୍ଷରେ ନିଯୁକ୍ତି ମେଳା ଆୟୋଜନ କରି ମାତ୍ର ୧ ଲକ୍ଷ ୫୪୪୪ ଜଣଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି। ୨୨୬ଟି ନିଯୁକ୍ତି ମେଳା ଆୟୋଜନ ପାଇଁ ୩ କୋଟି ୮୦ ଲକ୍ଷ ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି।

ସେହିପରି ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଜରିଆରେ ବିଗତ ପାଞ୍ଚ ବର୍ଷରେ ୩୬ ହାଜର ୩୨୯ ଜଣ ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଇଥିବା ବେଳେ ମାତ୍ର ୧୫ ହଜାର ୩୮ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ରାଜ୍ୟରେ ବିଗତ ପାଞ୍ଚ ବର୍ଷରେ ୧୨ ଲକ୍ଷ ୧୩ ହଜାର ୯୨୪ ଜଣ ଯୁବକ ଯୁବତୀ ପଞ୍ଜିକରଣ କରି ଚାକରି ଅପେକ୍ଷାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୨୨୭୪ ଜଣଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବାରେ ସକ୍ଷମ ହୋଇଛନ୍ତି।

Leave A Reply

Your email address will not be published.