ରାସ୍ତା ମରାମତି ବେଳେ ଅଘଟଣ: ମାଟି ତଳୁ ମିଳିଲା ଶ୍ରମିକଙ୍କ ମୃତଦେହ

ଓଏଲ୍ ବ୍ୟୁରୋ: ବିପିସିଏଲ ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ବଡ଼ ଅଘଟଣ ଘଟିଛି। ବିପିସିଏଲ ଗ୍ୟାସ୍ ପାଇପ୍ ଲାଇନ ମରାମତି ବେଳେ ଫସିଥିବା ଶ୍ରମିକଙ୍କ ମୃତଦେହ ମାଟି ତଳ ସମ୍ପ୍ରୁ ୨ ଘଣ୍ଟା ପରେ ଉଦ୍ଧାର ହୋଇଛି।
ସୂଚନା ଅନୁସାରେ, ବିପିସିଏଲ ଗ୍ୟାସ୍ ପାଇପ୍ ଲାଇନ ମରାମତି ବେଳେ କଟକ-ପାରାଦୀପ ରାସ୍ତା ତାଳଦଣ୍ଡାରେ ଜଣେ ଶ୍ରମିକ ଫସିଥିବା ଜଣା ପଡିଥିଲା। ମାଟି ତଳ ସମ୍ପ୍ରେ ଜଣେ ଶ୍ରମିକ ଫସିଥିବାରୁ ଉଦ୍ଧାର ପାଇଁ ଅଗ୍ନିଶମବାହିନୀ ଓ ପୁଲିସ ଉଦ୍ୟମ ଜାରି କରିଥିଲା। ଶେଷରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି।