Odisha Link
Bridging the Missing Links in Odisha

ଡିସେମ୍ବର ୧୫ରେ ଓସିଏସ୍ ପ୍ରିଲିମିନାରୀ, ଜାରି ହେଲା ପରୀକ୍ଷା ସୂଚୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ନେଇ ବଡ ଖବର ସାମ୍ନାକୁ ଆସିଛି। ଡିସେମ୍ବର ୧୫ ରବିବାର ଦିନ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ୨୦୨୩-୨୪ ଅନୁଷ୍ଠିତ ହେବ। ରାଜ୍ୟର ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଆଦି ୫ଟି ଜୋନରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଏହା ମଧ୍ୟ ଓଏସସି-୨୦୨୩ ପ୍ରିଲିମ୍ସକୁ ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ପରୀକ୍ଷା ସୂଚୀ ଜାରି କରାଯାଇଛି। ପ୍ରାର୍ଥୀମାନେ ଆସନ୍ତା ୭ ତାରିଖ ଠାରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ।

ସୂଚନା ଅନୁସାରେ, ଏଥର ଦୁଇଟି ଶିଫ୍ଟରେ ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ଶିଫ୍ଟରେ ଜେନେରାଲ ଷ୍ଟଡିଜ (ପେପର-୧) ଓ ଦ୍ୱିତୀୟ ଶିଫ୍ଟରେ ଜେନେରାଲ ଷ୍ଟଡିଜ (ପେପର-୨) ପରୀକ୍ଷା ହେବ। ପ୍ରଥମ ଶିଫ୍ଟ ସକାଳ ୧୦ରୁ ଆରମ୍ଭ ହୋଇ ୧୨ଟାରେ ସରିବ ଓ ଦ୍ୱିତୀୟ ଶିଫ୍ଟ ଦ୍ୱିପ୍ରାହ ୧.୩୦ରୁ ୩.୩୦ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପରପରରେ ୧୦୦ଟି ଅବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ ଆସିବ ଓ ଦ୍ୱିତୀୟ ଶିଫ୍ଟରେ ୮୦ଟି ଏହି ପ୍ରଶ୍ନ ଆସିବ। ଓଏମଆର ଆନସର ଶିଟରେ ପ୍ରାର୍ଥୀମାନେ ଏଡି ପରୀକ୍ଷା ଦେବେ।

Leave A Reply

Your email address will not be published.