Odisha Link
Bridging the Missing Links in Odisha

ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ବଡ଼ ଆଶ୍ବସ୍ତି

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ ପରେ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ବଡ଼ ଆଶ୍ବସ୍ତି। ଆୟକର ବିଭାଗର ଟ୍ରିବ୍ୟୁନାଲ ଅଜିତ ପାଓ୍ବାରଙ୍କ ୧ ହଜାର କୋଟି ଟଙ୍କାର ସମ୍ପତ୍ତି ଫେରାଇ ଦେବ। ୨୦୨୧ ଅକ୍ଟୋବର ୭ରେ ଏହି ସମ୍ପତ୍ତି ଜବତ କରିଥିଲା ଆଇଟି। ପତ୍ନୀ ସୁନେତା ଏବଂ ପୁଅ ପର୍ଥଙ୍କ ସମ୍ପତ୍ତି ମଧ୍ୟ ଏଥିରେ ଥିଲା ସାମିଲ। ସେହି ସମୟରେ ଶରଦ ପାୱାରଙ୍କ ନେତୃତ୍ଵ ଏନସିପିରେ ଥିଲେ ଅଜିତ। ଅଜିତ ପାୱାରଙ୍କୁ ଆୟକର ବିଭାଗ ଟ୍ରିବୁନାଲ୍ ପକ୍ଷରୁ କ୍ଲିନ୍‌ଚିଟ୍ ମିଳିଛି।

ଟ୍ରିବୁନାଲ୍ ପକ୍ଷରୁ କୁହାଯାଇଛି ଯେ ଅଜିତ ପାୱାରଙ୍କ ବିରୋଧରେ ଆୟକର ବିଭାଗ ସେଭଳି କିଛି ପ୍ରମାଣ ଉପସ୍ଥାପନ କରିପାରିନି। କୌଣସି ପ୍ରକାରର ବେନାମୀ ନେଣଦେଣ ହୋଇଥିବା ଜଣାପଡ଼ିନି। ସମସ୍ତ ନେଣଦେଣ ବ୍ୟାଙ୍କ୍ ଦ୍ଵାରା କରାଯାଇଛି। ସେହିପରି ଅଜିତଙ୍କ ଓକିଲ କହିଛନ୍ତି , ପାୱାର ପରିବାରର ସମ୍ପତ୍ତିରେ କୌଣସି ପ୍ରକାରର ଗଡ଼ବଡ଼ ନାହିଁ। ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ସମସ୍ତ ନେଣଦେଣ ବୈଧ। ଆୟକର ବିଭାଗକୁ ମଧ୍ୟ ସେଭଳି କୌଣସି ପ୍ରମାଣ ମିଳିନି। ୨୦୨୧ ଅକ୍ଟୋବର ୭ରେ ଅଜିତ ପାୱାରଙ୍କ ସମସ୍ତ ସମ୍ପତ୍ତି ଜବତ କରିଥିଲା ଆଇଟି।

Leave A Reply

Your email address will not be published.