ଦିନେ ବିବାଦରେ ଫସିଥିଲେ, ଏବେ କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ ଚର୍ଚ୍ଚିତ ଆଇପିଏସ୍ ଆଶିଷ ସିଂହ

ଓଏଲ୍ ବ୍ୟୁରୋ: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶାର ଚର୍ଚ୍ଚିତ ଆଇପିଏସ୍ ଆଶିଷ ସିଂହ। ଇଣ୍ଡୋ ତିବୋତାନ ବୋର୍ଡ ପୁଲିସର ଆଇଜି ଭାବେ ଯୋଗ ଦେବେ ଆଶିଷ ସିଂହ। ସେ ୫ ବର୍ଷ ଯାଏଁ ଏହି ପଦବୀରେ ରହିବେ। ଏହାସହ ତୁରନ୍ତ କାର୍ଯ୍ୟରେ ଯୋଗଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭାରତ ସରକାରଙ୍କ ଅଣ୍ଡର ସେକ୍ରେଟାରୀ ସଞ୍ଜୀବ କୁମାର, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଛନ୍ତି। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଗତ ସାଧାରଣ ନିର୍ବାଚନରେ ବିବାଦକୁ ଆସିଥିଲେ ଆଶିଷ ସିଂ। ନିର୍ବାଚନ ପରିଚାଳନାରେ ଅନିୟମିତତା କରୁଥିବା ନେଇ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଅଭିଯୋଗ ଆଣିଥିଲେ। ପରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଲମ୍ବା ଛୁଟିରେ ଯାଇଥିଲେ। ନିର୍ବାଚନ ଫଳାଫଳ ପରେ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଥିଲା।
୨୦୦୪ ବ୍ୟାଚ୍ରେ ଆଇପିଏସ୍ ଅଫିସର ଆଶିଷ ସିଂହ। ରାଜ୍ୟରେ ବିଭିନ୍ନ ସ୍ଥାନରେ କାମ କରିବାର ଅଭିଜ୍ଞତା ରହିଛି। ହେଲେ ଏବେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଆସିଛି ନିର୍ଦ୍ଦେଶ।