Odisha Link
Bridging the Missing Links in Odisha

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ଇନପୁଟ୍ ସହାୟତା

ବରଗଡରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଚାଷୀଙ୍କ ଖାତାକୁ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ଦେଲେ ରାଜ୍ୟ ସରକାର । ବରଗଡ ସୋହେଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ର ସରକାରଙ୍କ ୨୩୦୦ ଏମଏସପି ସହ ୮୦୦ଟଙ୍କାର ଇନପୁଟ୍‌ ସହାୟତା ରାଶି ଯୋଗାଇଦେଲେ ରାଜ୍ୟ ସରକାର ।
ବରଗଡ଼ର ସୋହେଲାଠାରେ ଧାନର ଇନ୍‌ପୁଟ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୩୦୦ ଟଙ୍କା ଏମଏସପି ଏବଂ ୮୦୦ ଟଙ୍କା ଇନପୁଟ ସହାୟତା ମୂଲ୍ୟ ସହ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ମିଳିଛି ୩୧୦୦ ଟଙ୍କା। ଧାନ ବିକ୍ରି ପରେ ୨୩ଶହ ଟଙ୍କା ଏମଏସିପ ଚାଷୀ ପାଉଥିବା ବେଳେ ଆଜିଠାରୁ ଚାଷୀ ଇନପୁଟ୍ ସବସିଡି ବାବଦକୁ ପାଇଛନ୍ତି ୮ ଶହ ଟଙ୍କା। ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏହି ଟଙ୍କା।
ସାଧାରଣ ନିର୍ବାଚନରେ ଧାନ ଏମଏସପି ବାବଦକୁ ୩୧ ଶହ ଟଙ୍କା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ୟପଟେ କ୍ଷମତାକୁ ଆସିବା ପରେ ରାଜ୍ୟ ସରକାର ମଧ୍ୟ ୨୩ ସହ ଏମଏସପି ସହ ୮ ଶହ ଟଙ୍କା ଇନପୁଟ ସବସିଡି ଘୋଷଣା କରିଥିଲେ ।

Leave A Reply

Your email address will not be published.