Odisha Link
Bridging the Missing Links in Odisha

ମଣ୍ଡିରେ ଅବ୍ୟବସ୍ଥା ପ୍ରସଙ୍ଗ: ବିଧାନସଭାରେ ବିରୋଧୀ ଆଣିଲେ ମୁଲତବୀ ପ୍ରସ୍ତାବ

ଓଏଲ୍‌ ବ୍ୟୁରୋ: ବରଗଡ ସୋହେଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଚାଷୀଙ୍କୁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ର ସରକାରଙ୍କ ୨୩୦୦ ଏମଏସପି ସହ ୮୦୦ଟଙ୍କାର ଇନପୁଟ୍‌ ସହାୟତା ରାଶି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ହେଲେ ଧାନ ବିକ୍ରି ହେଉଥିବା ମଣ୍ଡିରେ ଅବ୍ୟବସ୍ଥା ହେଉଥିବା ଆଜି ବିଧାନସଭାରେ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣିଛନ୍ତି। ମଣ୍ଡି ଅବ୍ୟବସ୍ଥା ନେଇ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣିଛନ୍ତି। ଏନେଇ ଶୂନ୍ୟକାଳରେ ଉତ୍ତର ରଖିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ।

ସୂଚନା ଅନୁସାରେ, ରାଜ୍ୟର କିଛି ସ୍ଥାନରେ ପୁଣି ଅବ୍ୟବସ୍ଥା ଭିତରେ ଧାନ କିଣା ଆରମ୍ଭ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଚିରାଚରିତ ଓ ପୁରୁଣା ଢାଞ୍ଚାରେ ହି ଧାନ କିଣା ହେଉଛି। ବଡ କଥା ହେଲା, ବୋନସକୁ ବାଦ୍ ଦେଲେ ଚାଷୀ ପାଇଁ ଏଥର କିଛି ନୂଆ ନୁହେଁ। ଯାହା ପୁଣି ବ୍ୟବସ୍ଥିତ ଢଙ୍ଗରେ ଧାନ କିଣାକୁ ନେଇ ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.