Odisha Link
Bridging the Missing Links in Odisha

ଆନ୍ଦୋଳନରେ ହଜାର ହଜାର ମହିଳା, ଗୃହରେ ରୁଲିଂ ଦାବି କଲେ ବିରୋଧୀ

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର, ସରୁନି ଆନ୍ଦୋଳନ। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଲୋକ ମାନଙ୍କ ନୂଆ ଆଶା ହୋଇଥିବାବେଳେ ବିଭିନ୍ନ ଅଭିଯୋଗ ପୁଣି ମୁଣ୍ଡ ଟେକିଲାଣି। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ୯ ମାସ ହେଲା ଦରମା ପାଇନଥିବା ଅଭିଯୋଗରେ ରାଜରାସ୍ତାରେ ହଜାର ହଜାର ମହିଳାଙ୍କ ବିକ୍ଷୋଭ।

ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓଲ୍ହାଇଛନ୍ତି ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ମହିଳା। ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ସିଆରପି ମହିଳା ବିକ୍ଷୋଭ କରିଛନ୍ତି। ୯ ମାସର ବକେୟା ଦରମା ସହ ବିଭିନ୍ନ ଦାବିରେ ଲୋୟର ପିଏମଜିରେ ହଜାର ହଜାର ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସାମିଲ ହୋଇଛନ୍ତି।

ରାଜରାସ୍ତାରେ ମହିଳାଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ବିଧାନସଭାରେ ଉଠିଛି ମହିଳାଙ୍କ ସ୍ୱାର୍ଥ ପ୍ରସଙ୍ଗ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ଗୃହରେ ରୁଲିଂ ଦାବି କରିଛନ୍ତି। ରୁଲିଂ ଦାବି ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟରେ ଥିବା ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ମହିଳାମାନଙ୍କ କଥା ଚିନ୍ତା କରନ୍ତୁ ସରକାର। ୬୦ ମହିଳାଙ୍କ କଥା ଚିନ୍ତା କରନ୍ତୁ ସରକାର।

ମହିଳାଙ୍କ ଟାର୍ଗେଟ ପରେ କଡା ଜବାବ ଦେଇ ପୂର୍ବ ସରକାର ଉପରେ ଦୋଷ ଲଦିଛନ୍ତି ବିଜେପି ବିଧାୟକ ମାନସ ଦତ୍ତ । ବିଜେପି ବିଧାୟକ କହିଛନ୍ତି, ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ମହିଳାମାନଙ୍କ କାର୍ଯ୍ୟକାଳ ଏପ୍ରିଲ ୨୦୨୪ରୁ ସରିଲାଣି। ପୂର୍ବ ସରକାର କଣ ପାଇଁ ଚୁକ୍ତି ଭିତିକ ନିଯୁକ୍ତି କରୁଥିଲେ ଏବଂ କାହିଁକି ସେମାନଙ୍କ ଅବଧି ବୃଦ୍ଧି କଲେଣି ବିଜେଡିକୁ ଉତ୍ତର ମାଗିଛନ୍ତି ।

Leave A Reply

Your email address will not be published.