କ୍ଷମତା ବିନା ଛଟପଟ ହେଉଛି ବିଜେଡି: ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୬ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏସବୁ ଭିତରେ ବିଜେଡି ପରାଜୟ ନେଇ ବିଜେଡିକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଆଉ ୩୦ ବର୍ଷ ଯାଏ ବିଜେଡି ଶାସନକୁ ଆସିପାରିବ ନାହିଁ। ଏବେ ନିର୍ବାଚନ ହେଲେ ୧୪ ଆସନ ବି ଜିତି ପାରିବେନି। କ୍ଷମତା ବିନା ଛଟପଟ ବିଜେଡି ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।