ବସ୍ ଧକ୍କା: ୩ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଓଏଲ୍ ବ୍ୟୁରୋ: କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ବସ୍ ଧକ୍କାରେ ୩ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ପରଜଙ୍ଗ ଥାନା ୫୩ନଂ ଏନଏଚ୍ ଖଇରାମୁଣ୍ଡା ଗାଁ ନିକଟରେ ଦୁର୍ଘଟଣା ଘଟିଛି। ମୃତ ୩ ଜଣ ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳକାଟେଣି ଗାଁର ବୋଲି ଜଣା ପଡିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। କ୍ଷତିପୂରଣ ଦାବିରେ ରାସ୍ତା ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି।