Odisha Link
Bridging the Missing Links in Odisha

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ ରଖିଲେ ବାଚସ୍ପତି

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର, ସରୁନି ଆନ୍ଦୋଳନ। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଲୋକ ମାନଙ୍କ ନୂଆ ଆଶା ହୋଇଥିବାବେଳେ ବିଭିନ୍ନ ଅଭିଯୋଗ ପୁଣି ମୁଣ୍ଡ ଟେକିଲାଣି। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ୯ ମାସ ହେଲା ଦରମା ପାଇନଥିବା ଅଭିଯୋଗରେ ରାଜରାସ୍ତାରେ ହଜାର ହଜାର ମହିଳାଙ୍କ ବିକ୍ଷୋଭ ପ୍ରସଙ୍ଗ ଗୃହରେ ହଂଗାମା ସୃଷ୍ଟି କରିଛି। ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ମହିଳାଙ୍କ ପାଇଁ ଆଜି ବିଧାନସଭା ଆରମ୍ଭ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ହଟ୍ଟଗୋଳ କାରଣରୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି।

ସୂଚନା ଅନୁସାରେ, ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓଲ୍ହାଇଛନ୍ତି ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ମହିଳା। ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ସିଆରପି ମହିଳା ବିକ୍ଷୋଭ କରିଛନ୍ତି। ୯ ମାସର ବକେୟା ଦରମା ସହ ବିଭିନ୍ନ ଦାବିରେ ଲୋୟର ପିଏମଜିରେ ହଜାର ହଜାର ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସାମିଲ ହୋଇଛନ୍ତି।

ରାଜରାସ୍ତାରେ ମହିଳାଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ବିଧାନସଭାରେ ଉଠିଛି ମହିଳାଙ୍କ ସ୍ୱାର୍ଥ ପ୍ରସଙ୍ଗ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ଗୃହରେ ରୁଲିଂ ଦାବି କରିଛନ୍ତି। ରୁଲିଂ ଦାବି ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟରେ ଥିବା ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ମହିଳାମାନଙ୍କ କଥା ଚିନ୍ତା କରନ୍ତୁ ସରକାର। ୬୦ ମହିଳାଙ୍କ କଥା ଚିନ୍ତା କରନ୍ତୁ ସରକାର।

Leave A Reply

Your email address will not be published.