ରାଜଧାନୀରେ ଗଡ଼ିବ ଡବଲ୍ ଡେକର୍ ଇ-ବସ୍, ବଡ଼ ସୂଚନା ଦେଲେ ମନ୍ତ୍ରୀ…
ଓଏଲ୍ ବ୍ୟୁରୋ: ଭୁବନେଶ୍ବର ଚାଲିବ ଡବଲ୍ ଡେକର୍ ବସ୍। ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା କ୍ରୁଟ। ଏନେଇ ଆଜି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ମଧ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରଦୂଷଣରୁ ରକ୍ଷା କରିବ ଇଲେକ୍ଟ୍ରିକ ବସ୍ ଏବଂ ଏହି ବସ୍ ଭଲ ଚାଲିଲେ ଏହାର ସଂଖ୍ୟା ବୃଦ୍ଧି କରାଯିବ। ପ୍ରଥମେ କଟକରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ପୁରୀ ଗଡିବ ଇ-ବସ୍। ଭିଡ଼ ସହ ପ୍ରଦୂଷଣ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ପ୍ରବାସୀ ଭାରତୀୟ ଦିବସ ଅବସରରେ ଏହି ବସ ଚଳାଚଳ ଆରମ୍ଭ ହେବା ନେଇ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ସୂଚନା ଅନୁସାରେ, ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କରିଛି କ୍ରୁଟ। ଘରୋଇ ସଂସ୍ଥାଙ୍କୁ ଟେଣ୍ଡର୍ ଆହ୍ବାନ କଲା କ୍ରୁଟ। ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲା ପାଇଁ ଯୋଜନା କରାଯାଇଛି ବୋଲି ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସିବ ୫ଟି ଡବଲ୍ ଡେକର୍ ବସ୍। ଡବଲ୍ ଡେକର୍ ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ। ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ସଂସ୍ଥା ଯୋଗାଇବ ବସ୍। ଆବଶ୍ୟକ ପଡ଼ିଲେ ଏହି ଚୁକ୍ତି ଆହୁରି ୨ ବର୍ଷ ବଢ଼ାଯାଇପାରେ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।