Odisha Link
Bridging the Missing Links in Odisha

୧୦ ବର୍ଷରେ ଗଲାଣି ୮୫୭ ହାତୀଙ୍କ ଜୀବନ, ଗୃହରେ ସୂଚନା ଦେଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗତ ୧୦ ବର୍ଷରେ ରାଜ୍ୟରେ ୮୫୭ ହାତୀଙ୍କ ମୃତ୍ୟୁ ହୋଇଛି। ସେଥି ମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତ, ୨୨୯ ହାତୀ ପ୍ରାକୃତିକ କାରଣରୁ ମୃତ୍ୟୁବରଣ କରିଛନ୍ତି। ୯୦ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ଆଜି ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ୨୧୦୩ ରହିଛନ୍ତି। ୨୦୧୫ରେ ୧୯୫୪ ହାତୀ ଥିବାବେଳେ ୨୦୧୭ ରେ ସଂଖ୍ୟା ବଢି ୧୯୭୬ରେ ପହଁଚିଥିଲା। ୨୦୨୪ ମେ ମାସରେ ଅନୁଷ୍ଠିତ ହାତୀ ଗଣନା ରିପୋର୍ଟରେ ଏହି ସଂଖ୍ୟା ୨୦୯୮ରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.