Odisha Link
Bridging the Missing Links in Odisha

ଖୋର୍ଦ୍ଧାରେ ଉଠା ବ୍ୟବସାୟୀଙ୍କ ପ୍ରତିବାଦ ପରେ ସ୍ଥଗିତ ରହିଲା ଉଚ୍ଛେଦ ପ୍ରକ୍ରିୟା

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ପୌରାଞ୍ଚଳରେ ଉଠା ବ୍ୟବସାୟୀଙ୍କ ଉଚ୍ଛେଦକୁ ଜୋରଦାର ବିରୋଧ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଉଚ୍ଛେଦ ଓ ଥଇଥାନ ପ୍ରକ୍ରିୟାକୁ ବିରୋଧ କରି ଟ୍ରାଫିକ ଛକରେ ଧାରଣାରେ ବସିଥିଲେ ଶତାଧିକ ବ୍ୟବସାୟୀ। ଖୋର୍ଦ୍ଧା ବଜାରରେ ୧୬୩ ଲାଗୁ କରିଛି ଜିଲ୍ଲା ପ୍ରଶାସନ। ଉଚ୍ଛେଦକୁ ବିରୋଧ କରି ଧାରଣାରେ ବ୍ୟବସାୟୀ ବସିବା ସହ ଜୋରଦାର ପ୍ରତିବାଦ କରିବା ପରେ ୫ ଦିନ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି। ଖୋର୍ଦ୍ଧା ବ୍ୟବସାୟୀ ସଂଘ ସହ ପ୍ରଶାସନର ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି। ୧୫ ସୁଦ୍ଧା ବଣ୍ଡ, ଭେଣ୍ଡିଂ ଜୋନ୍ ଟଙ୍କା ଦାଖଲ କରିବେ। ୧୬ରୁ ପୁଣି ଉଚ୍ଛେଦ ଓ ଥଇଥାନ ପ୍ରକ୍ରିୟା ଆରମ୍ଭ ହେବ।

Leave A Reply

Your email address will not be published.